ଓଡ଼ିଶାପାଣିପାଗ

ସକାଳ ୯ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା।

 ଭୁବନେଶ୍ୱର ,ଅଧିକ ତାପମାତ୍ରା ସହ ଉଚ୍ଚ ଆର୍ଦ୍ରତା ଯୋଗୁଁ, ବଢୁଛି ହିଟ୍ ଇଣ୍ଡେକ୍ସ। ଆଉ ଏଥିଯୋଗୁଁ ଝାଳନାଳ ହୋଇପଡୁଛନ୍ତି ରାଜ୍ୟବାସୀ। ସକାଳ ୯ଟା ୩୦ ସୁଦ୍ଧା ଝାରସୁଗୁଡ଼ା ତାପମାତ୍ରା ୩୫ ଡିଗ୍ରୀ ଛୁଇଁଛି।ଉତ୍ତର ପଶ୍ଚିମ ଦିଗରୁ କ୍ରମାଗତ ଭାବେ, ଶୁଷ୍କ ଓ ଗରମ ପବନ ରାଜ୍ୟକୁ, ପ୍ରବେଶ କରୁଛି। ଯାହା ତାପମାତ୍ରା ବୃଦ୍ଧି କରିବାରେ ସହାୟକ ହେଉଛି। ଏହା ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ରେକର୍ଡ ଭାଙ୍ଗୁଛି, ଉଚ୍ଚ ତାପମାତ୍ରା। ସେହିଭଳି ବଙ୍ଗୋପସାଗରରୁ ପୂର୍ବାଲି ବାୟୁ ରାଜ୍ୟକୁ ପ୍ରବେଶ କରୁଥିବାରୁ, ଉପକୂଳରେ ଜଳୀୟବାଷ୍ପର ମାତ୍ରା ବୃଦ୍ଧି ପାଉଛି। ଆଜି ବି ଏମିତି ପାଗ ରହିବ ବୋଲି, ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।ଝାରସୁଗୁଡା ୩୫.୬, ଭୁବନେଶ୍ୱର ୩୨.୬, ବାଲେଶ୍ୱର ୩୨.୪, ପାରାଦୀପ ୩୨.୨, ପୁରୀ ୩୧.୮, ଗୋପାଳପୁର ୨୯.୪ ଡିଗ୍ରୀ ତାପମତ୍ରା ରେକର୍ଡ ହୋଇଛି।

Related Articles

Back to top button