
ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ସମାଜରେ ଡାକ୍ତରଙ୍କ ଏକ ବଡ ଭୂମିକା ରହିଛି । ଜନକଲ୍ୟାଣ ଠାରୁ ଆରମ୍ଭ କରି ଏକ ସୁସ୍ଥ ସମୃଦ୍ଧ ଭାରତ ଗଠନରେ ଡାକ୍ତରଙ୍କ ଅବଦାନ ସର୍ବଦା ପ୍ରଶଂସନୀୟ । ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ନୂତନ ଅଡିଟୋରିୟମ୍ ଠାରେ ଆୟୋଜିତ “OMTACON” କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
Odisha Medical College Teacher’s Association (OMTA)ର ରାଜ୍ୟସ୍ତରୀୟ ବାର୍ଷିକ ସମ୍ମିଳନୀ “OMTACON” ରେ ସମ୍ବୋଧିତ କରି ମୁକେଶ କହିଛନ୍ତି- ରାଜ୍ୟ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଡାକ୍ତରଙ୍କ ଆବଶ୍ୟକତା ପୂରଣ ପାଇଁ ଯୋଜନା ରହିଛି । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ମେଡିକାଲ ଶିକ୍ଷାକୁ ଗୁରୁତ୍ଵ ଦେଇ ନୂତନ ମେଡିକାଲ କଲେଜ ଓ ସିଟ୍ ସଂଖ୍ୟା ବୃଦ୍ଧି ଭଳି ପଦକ୍ଷେପ ଗ୍ରହଣ କରାଯାଉଛି ।




