ଓଡ଼ିଶାରାଜନୀତି

୨୦୨୭ ମାର୍ଚ୍ଚ ସୁଦ୍ଧା ସବୁ ଗ୍ରାମକୁ ପାନୀୟ ଜଳ : ମନ୍ତ୍ରୀ ରବି ନାଏକ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;  ପାନୀୟ ଜଳ ଯୋଗାଣ ନେଇ ବଡ଼ ବୟାନ ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ । ୨୦୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ଗ୍ରାମକୁ ପିଇବା ପାଣି ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ମୋଟ୍ ୨୦୭ଟି ମେଗା ପାଇପ୍ ଜଳ ପ୍ରକଳ୍ପ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୩ଟି ସମ୍ପୂର୍ଣ୍ଣ ହୋଇଛି । ଅବଶିଷ୍ଟ ମଧ୍ୟରୁ ସେପ୍ଟେମ୍ବର ସୁଦ୍ଧା ୩୫ଟି ପ୍ରକଳ୍ପ ଶେଷ ହେବ ।

୨୦୨୪ ମସିହାରୁ ବିଭିନ୍ନ ଅଞ୍ଚଳରେ ଜଳ ସଙ୍କଟ ଦୂର ପାଇଁ ୩୭ ହଜାର ୮୭୬ଟି ନଳକୂପକୁ ଅନୁମୋଦନ ଦିଆଯାଇଛି । ଏପର୍ଯ୍ୟନ୍ତ ମୋଟ ୨୦ ହଜାର ୮୭୫ଟି ଗ୍ରାମକୁ ପାଇପ୍ ଜଳ ଯୋଗାଣ , ୭୦୪୨ଟି ଗ୍ରାମକୁ ଷ୍ଟାଣ୍ଡ ପୋଷ୍ଟ ମାଧ୍ୟମରେ ଜଳ ଯୋଗାଣ ଜାରି ରହିଛି । ସେହିପରି ଜଳ କଷ୍ଟ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ୬୨୯ଟି ଟ୍ୟାଙ୍କର୍ ଏବଂ ବିଭିନ୍ନ ଗ୍ରାମୀଣ ଅଞ୍ଚଳରେ ମୋଟ ୮ ହଜାର ୨୮୧ଟି ଜଳଛତ୍ର ଖୋଲାଯାଇଛି । ଏଥିସହିତ ବିଜେଡିକୁ ସମାଲୋଚନା କରିଛନ୍ତି ରବି ନାଏକ । ସେ କହିଛନ୍ତି ୨୪ ବର୍ଷର ସରକାର ସବୁ ଗାଁକୁ ପାଣି ଦେଇପାରିଲାନି । ସେତେବେଳେ ନଳ ଥିଲା, ଜଳ ନଥିଲା ।

Related Articles

Back to top button