ଅନ୍ୟାନ୍ୟରାଜନୀତି

ମୋଦି ଡାକିଛନ୍ତି ବୈଠକ।

ଭୁବନେଶ୍ୱର,ପଶ୍ଚିମ ଏସିଆ ସଙ୍କଟ ଓ କ୍ୟାବିନେଟ୍ ଅଦଳବଦଳ ନେଇ ବଢିଲା ଚର୍ଚ୍ଚା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତରୁ ଫେରିବା ପରେ ତୁରନ୍ତ ବୈଠକ ଡାକିଛନ୍ତି। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଅନୌପଚାରିକ ମନ୍ତ୍ରୀ, ଗୋଷ୍ଠୀ ଗଠନ ହୋଇଛି। କେନ୍ଦ୍ର ମନ୍ତ୍ରୀ ଅମିତ ଶାହ, ନିର୍ମଳା ସୀତାରମଣ ଏବଂ ହରଦୀପ ସିଂହ ପୁରୀ ଏହି ଗୋଷ୍ଠୀର ସଦସ୍ୟ ଅଛନ୍ତି। ସେପଟେ ଜୁନ୍ ଦ୍ୱିତୀୟ ସପ୍ତାହରେ ମୋଦୀ ସରକାରଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ ଓ ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ ନେଇ, ରାଜନୈତିକ ମହଲରେ ଚର୍ଚ୍ଚା ବଢିଛି। ବୈଠକରେ, ସମସ୍ତ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଏବଂ ରାଷ୍ଟ୍ରମନ୍ତ୍ରୀମାନେ ଯୋଗଦେବେ। ପଶ୍ଚିମ ଏସିଆ ସଙ୍କଟ ଉପରେ ଭାରତୀୟ ଅର୍ଥନୀତିର ସମ୍ଭାବ୍ୟ ପ୍ରଭାବ ନେଇ, ବୈଠକରେ ଆଲୋଚନା ହେବ। ଦେଶରେ ତେଲ ଦର, ଇନ୍ଧନ ଯୋଗାଣ ଶୃଙ୍ଖଳା ଏବଂ ମୁଦ୍ରାସ୍ଫୀତି ସହ ଜଡ଼ିତ ସମସ୍ୟାଗୁଡ଼ିକ ଉପରେ ଆଲୋଚନା ହୋଇପାରେ।

Related Articles

Back to top button