ନୂଆ ପାରିବାରିକ ଆଇନ ପ୍ରଣୟନ କରିଛନ୍ତି ତାଲିବାନ ସରକାର।

ଭୁବନେଶ୍ୱର , ନିଜର ଇସଲାମିକ ଆଇନର ବ୍ୟାଖ୍ୟା ଅନୁଯାୟୀ ବିବାହ, ଛାଡ଼ପତ୍ର ଏବଂ ବାଲ୍ୟ ବିବାହକୁ ନେଇ ଏକ ନୂଆ ପାରିବାରିକ ଆଇନ ପ୍ରଣୟନ କରିଛନ୍ତି,ଆଫଗାନିସ୍ତାନର ତାଲିବାନ ସରକାର । ଏହି ୩୧-ଧାରା ବିଶିଷ୍ଟ ନିୟମାବଳୀକୁ ତାଲିବାନର, ସର୍ବୋଚ୍ଚ ନେତା ହିବତୁଲ୍ଲା ଅଖୁନ୍ଦଜାଦା ଅନୁମୋଦନ, କରିଛନ୍ତି। ଆଫଗାନିସ୍ତାନର ସରକାରୀ ଗେଜେଟ୍ରେ ପ୍ରକାଶିତ ଏହି ଦଲିଲରେ ବିବାହ ବିବାଦ, ଅଲଗା ହେବା, ଅଭିଭାବକତ୍ୱ ଏବଂ ବିବାହ ରଦ୍ଦ କରିବା ଭଳି ପ୍ରକ୍ରିୟା, ଗୁଡ଼ିକୁ ସ୍ପଷ୍ଟ କରାଯାଇଛି। ଏହି ନିୟମର ସବୁଠାରୁ ବିବାଦୀୟ ଧାରା ହେଉଛି, ଏଥିରେ ଜଣେ “କୁମାରୀ ଝିଅ” ର ନୀରବତାକୁ ବିବାହ ପାଇଁ ତାର ସହମତି ବୋଲି ଧରିନିଆଯିବ। କିନ୍ତୁ ଜଣେ ପୁଅ କିମ୍ବା ବିବାହିତା ମହିଳାଙ୍କ, ନୀରବତାକୁ ସହମତି ବୋଲି ଗ୍ରହଣ କରାଯାଇପାରିବ ନାହିଁ।ଏହି ନୂଆ ନିୟମରେ କେତେକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ନାବାଳକ ଓ ନାବାଳିକାଙ୍କ ମଧ୍ୟରେ ବିବାହକୁ, ଅନୁମତି ଦିଆଯାଇଛି ଏବଂ ଏଭଳି ବିବାହର ନିଷ୍ପତ୍ତି ନେବା ପାଇଁ ବାପା ଓ ଜେଜେବାପାଙ୍କୁ ପୂର୍ଣ୍ଣ ଅଧିକାର ଦିଆଯାଇଛି। ଆଇନ ଅନୁସାରେ, ସମ୍ପର୍କୀୟଙ୍କ ଦ୍ୱାରା ସ୍ଥିର କରାଯାଇଥିବା ନାବାଳକ ବା ନାବାଳିକାର ବିବାହକୁ ସେତେବେଳେ ବୈଧ ବୋଲି ଧରାଯିବ, ଯେତେବେଳେ ବର ସାମାଜିକ ସ୍ତରରେ ଯୋଗ୍ୟ ହୋଇଥିବେ ଏବଂ ଯୌତୁକଧାର୍ମିକ ନିୟମ ମୁତାବକ ହୋଇଥିବ। ଏହି ନିୟମରେ ‘ଖିୟାର ଅଲ-ବୁଲୁଗ’ ନାମକ ଏକ ଆଇନଗତ ବ୍ୟବସ୍ଥା, ସାମିଲ କରାଯାଇଛି।




