ଅନ୍ତର୍ଜାତୀୟବାଣିଜ୍ୟ

ଆଗାମୀ ଦିନରେ ସୁନା ମୂଲ୍ୟରେ ସ୍ଥିରତା କିମ୍ବା ଉତ୍ଥାନ-ପତନ

 ଭୁବନେଶ୍ୱର,ବଜାରରେ ସୁନା ଏବଂ ରୁପା ଦରରେ ଆଉ ଥରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି ଇଣ୍ଡିଆନ୍ ବୁଲିଅନ୍ ଆସୋସିଏସନ୍‌ର ତଥ୍ୟ ଅନୁଯାୟୀ, ଆଜି ଦେଶର ଖୁଚୁରା ବଜାରରେ ୨୪ କ୍ୟାରେଟ୍ ସୁନାର ହାରାହାରି ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୧ ଲକ୍ଷ ୫୯ ହଜାର ୧୧୦ ଟଙ୍କା ସ୍ତରରେ, ରହିଛି। ସେହିପରି, ଗହଣା ପ୍ରସ୍ତୁତି ପାଇଁ ବ୍ୟବହୃତ ହେଉଥିବା ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ପିଛା ୧ ଲକ୍ଷ ୪୫ ହଜାର ୮୫୧ ଟଙ୍କାରେ କାରବାର କରୁଛି. ଏହା ବ୍ୟତୀତ, ଶୁଦ୍ଧ ରୁପା ଅର୍ଥାତ୍ ଟ୍ରିପଲ୍ ନାଇନ୍ ଫାଇନ୍ ସିଲଭର୍ର ମୂଲ୍ୟ, ୨ ଲକ୍ଷ ୭୦ ହଜାର ପାର୍ ହୋଇ ପ୍ରତି କିଲୋଗ୍ରାମ ପିଛା ୨ ଲକ୍ଷ ୭୧ ହଜାର ୭୪୦ ଟଙ୍କାରେ ପହଞ୍ଚିଛି।  ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଭୂ-ରାଜନୈତିକ ତିକ୍ତତା ଓ ଯୁଦ୍ଧର ଆଶଙ୍କା ମଧ୍ୟ ବଜାରରେ ଅନିଶ୍ଚିତତା ବଢ଼ାଇ ଦେଇଛି। ବିଶେଷଜ୍ଞ ଏବଂ ଟାଟା ମ୍ୟୁଚୁଆଲ୍ ଫଣ୍ଡର ସ୍ଵତନ୍ତ୍ର ରିପୋର୍ଟ ଅନୁଯାୟୀ, ଆଗାମୀ ଦିନରେ ସୁନା ମୂଲ୍ୟରେ, ସାମାନ୍ୟ ସ୍ଥିରତା କିମ୍ବା ଉତ୍ଥାନ-ପତନ ଦେଖାଯାଇପାରେ. ଆମେରିକାରେ, ସୁଦ୍ଧ ହାର ଦୀର୍ଘ ସମୟ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଆଶଙ୍କା, ଆମେରିକୀୟ ଡଲାରର ମଜଭୁତ ସ୍ଥିତି ଏବଂ ଉଚ୍ଚ ବଣ୍ଡ୍ ୟିଲ୍ଡ୍ସ  କାରଣରୁ ବଜାରରେ, ପ୍ରାୟ ୫ ପ୍ରତିଶତ ପର୍ଯ୍ୟନ୍ତ ଉତ୍ଥାନ-ପତନ ଲାଗି ରହିପାରେ।

Related Articles

Back to top button