କ୍ରୀଡ଼ାଜାତୀୟମନୋରଞ୍ଜନ

୩ ୱିକେଟରେ ଜିତିଲା ଦିଲ୍ଲୀ, ପଞ୍ଜାବର ୪ର୍ଥ ପରାଜୟ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;  IPL-2026ର ୫୫ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ବିଜୟୀ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଅଧିନାୟକ ଅକ୍ଷର ପଟେଲଙ୍କ ଏବଂ ଡେଭିଡ ମିଲରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଗୋଟିଏ ଓଭର ପୂର୍ବରୁ ମ୍ୟାଚ୍ ଜିତିନେଇଛି ଦିଲ୍ଲୀ । ଏଥିସହିତ ଲଗାତାର ୪ଟି ମ୍ୟାଚ୍ ହାରି ନିଜ ପାଇଁ ଜଟିଳ ସ୍ଥିତି ଉତ୍ପନ୍ନ କରିଛି ପଞ୍ଜାବ ।

ସୋମବାର ସନ୍ଧ୍ୟାରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେଣୁ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସର ବ୍ୟାଟରମାନେ ୨୦ ଓଭରରେ ୫ ୱିକେଟ୍ ହରାଇ ୨୧୦ ରନ କରି ପାଳି ଶେଷ କରିଥିଲେ । ଜବାବରେ ଅକ୍ଷର ପଟେଲଙ୍କ ୫୬ ରନ ଓ ଡେଭିଡ ମିଲରଙ୍କ ୫୧ ରନ ବଳରେ ୧୯ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ଦିଲ୍ଲୀ । ୧୮. ୫ ଓଭରରେ ନୋ ବଲ୍ ସହ ଦିଲ୍ଲୀ ସ୍କୋର ୭ ୱିକେଟରେ ୨୧୦ ରନ କରି ବରାବର୍ ସ୍ଥିତିରେ ଥିଲା । ୧୮ ଓଭରର ବୋଲର ୟଶ୍ ଠାକୁରଙ୍କ ଶେଷ ବଲକୁ ଆକିବ୍ ନବୀ ଛକା ମାରି ସ୍କୋର ୧୧୬ରେ ପହଁଞ୍ଚାଇବା ସହ ୩ ୱିକେଟରେ ବିଜୟ ପାଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ମଙ୍ଗଳବାର ୨୦୨୬ ଆଇପିଏଲର ୫୬ତମ ମ୍ୟାଚ୍ ଗୁଜୁରାଟ ଟାଇଟନ୍ସ ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ଅହମ୍ମଦାବାଦରେ ସନ୍ଧ୍ୟା ୭. ୩୦ରେ ଖେଳାଯିବ।

 

Related Articles

Back to top button