ଐତିହ୍ୟ ଓ ସଂସ୍କୃତିଓଡ଼ିଶା
ଦ୍ରୁତଗତିରେ ଚାଲିଛି ରଥ ନିର୍ମାଣ କାମ

ଭୁବନେଶ୍ୱର,ପୁରୀ ରଥଖଳାରେ ଏବେ ଦ୍ରୁତଗତିରେ ଚାଲିଛି ରଥ ନିର୍ମାଣ କାମ।ଗତକାଲି ରାତିରେ ଗଞ୍ଜାମ ଘୁମୁସର ରେଞ୍ଜରୁ ଆସି ରଥକାଠ ବଡ଼ଦାଣ୍ଡରେ ପହଞ୍ଚିଛି।
ଏଥିରେ ୧୨ ଫୁଟିଆ ଧଉରା ୪ ଖଣ୍ଡ ଓ ୨୦ ଫୁଟିଆ ଅସନ ୮ ଖଣ୍ଡ ରହିଛି।
ସେହିଭଳି ୨୦ ଫୁଟିଆ ଧଉରା ୧୬ ଖଣ୍ଡ କାଠ ମଧ୍ୟ, ପହଞ୍ଚିଛି। ପ୍ରବଳ ଗ୍ରୀଷ୍ମରୁ ରକ୍ଷା ପାଇବା ପାଇଁ ଶୀତଳ ଜଳରେ, ଜଳକ୍ରୀଡ଼ା କରୁଛନ୍ତି ମହାପ୍ରଭୁ।
ମଦନମୋହନ, ଭୂଦେବୀ, ଶ୍ରୀଦେବୀଙ୍କ ସହ ପଞ୍ଚୁପାଣ୍ଡବ ନରେନ୍ଦ୍ର ପୁଷ୍କରଣୀରେ ଦିବ୍ୟ ନୌକା ବିହାର କରୁଛନ୍ତି।
ମହାପ୍ରଭୁଙ୍କର ଏହି ଯାତ୍ରା ଦେଖିବାକୁ ପୁଷ୍କରଣୀରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।
ଅନ୍ୟପଟେ ଶ୍ରୀକ୍ଷେତ୍ରରେ ଚାଲିଛି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା।




