
ଭୁବନେଶ୍ୱର,ଜାନୁଆରୀ ୧ରୁ ଆମ ଦେଶରେ ବଦଳିଯିବ ଅନେକ ଆର୍ଥିକ ନିୟମ ।ଅଚଳ ହୋଇଯିବ ପାନ୍ କାର୍ଡ । L P G ଠାରୁ ବ୍ୟାଙ୍କ ନିୟମ, ବେତନ, ପେନସନ୍ ଯାଏଁ ଅନେକ ବଡ ବଡ ପରିବର୍ତ୍ତନ ହେବ । ଜାନୁଆରୀ ୧ରୁ ଆପଣଙ୍କ ପ୍ୟାନ୍ କାର୍ଡ ଆଉ କାମ ନକରିପାରେ ।ଯାହାଦ୍ୱାରା ଆପଣ ଆଇଟିଆର ରିଫଣ୍ଡ, ରସିଦ୍ ଓ ବିଭିନ୍ନ ବ୍ୟାଙ୍କିଙ୍ଗ୍ ସୁବିଧା ପାଇପାରିବେ ନାହିଁ । ଏହାସହ ପାନ୍ କାର୍ଡ ନିଷ୍କ୍ରିୟ ହେବା ଯୋଗୁଁ ଅନେକ ସରକାରୀ ସୁବିଧାର ଲାଭ ପାଇବାରୁ ବି ବଞ୍ଚିତ ହୋଇପାରନ୍ତି ୨୦୨୬ ଜାନୁଆରୀରୁ ଅଟୋ ମୋବାଇଲ କମ୍ପାନୀଗୁଡିକ ନିଜର କାର୍ ଦାମ୍ ବଢାଇବାକୁ ଚିନ୍ତା କରୁଛନ୍ତି ।ହୋଣ୍ଡା ଗାଡିର ଦାମ୍ ୧ରୁ ୨ ପ୍ରତିଶତ ବଢିପାରେ । ମର୍ସିଡିଜ୍-ବେଞ୍ଜ ଭଳି ବ୍ରାଣ୍ଡେଡ କାର ମୂଲ୍ୟ ୨ରୁ ୩ ପ୍ରତିଶତ ବଢିପାରେ ।ନୂଆବର୍ଷର ପ୍ରଥମ ଦିନକୁ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀମାନେ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି । କାରଣ ସରକାର ୨୦୨୬ ଜାନୁଆରୀ ୧ରୁ ଅଷ୍ଟମ ବେତନ କମିସନ ଲାଗୁ କରିପାରନ୍ତି । ଯଦିଓ ଏହାକୁ ଲାଗୁ କରିବାକୁ ଅଧିକ ସମୟ ଲାଗିପାରେ । କିନ୍ତୁ ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ କର୍ମଚାରୀଙ୍କ ଦରମା ଓ ପେନସନ ୨୦୨୬ ଜାନୁଆରୀ ୧ରୁ ହିସାବ କରି ଦିଆଯିବ ।୨୦୨୬ରେ ବ୍ୟାଙ୍କିଙ୍ଗ୍ ଓ ଇନକମ୍ ଟ୍ୟାକ୍ସ ସହ ଜଡିତ ଅନେକ ନିୟମ ବଦଳିପାରେ । ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ବା ITR ଫର୍ମରେ ଏଣିକି ଅଧିକ ବିବରଣୀ ଦେବାକୁ ପଡିପାରେ । ୨୦୨୬ ଜାନୁଆରୀରୁ ଷ୍ଟେଟ ବ୍ୟାଙ୍କ୍, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଏଚଡିଏଫସି ଭଳି ବ୍ୟାଙ୍କଗୁଡିକର ଋଣ ସୁଧହାର କମିବ । EPFO ଟଙ୍କା ଉଠାଣ ଏକ ବଡ ଜଟିଳ ପ୍ରକ୍ରିୟା । ହେଲେ ନୂଆବର୍ଷରୁ ପିଏଫ୍ ଟଙ୍କା ଉଠାଇବା ପୂର୍ବପେକ୍ଷା ଅଧିକ ସରଳ ହୋଇଯିବ ।




