
ଭୁବନେଶ୍ୱର,ଦେଶର କିଛି ଅଞ୍ଚଳରେ ପାଗ ପୁଣି ଥରେ ପରିବର୍ତ୍ତନ ହେବାକୁ ଯାଉଛି। କାଶ୍ମୀର,, ହିମାଚଳ ପ୍ରଦେଶ ଏବଂ ପଞ୍ଜାବ ଏବଂ ହରିୟାଣାରେ ମେଘୁଆ ଆକାଶ ସହ ପୁଣି ଥରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଜମ୍ମୁ-କାଶ୍ମୀରରୁ ଲଦାଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ବର୍ଷା, ତୁଷାରପାତ, ବଜ୍ରପାତ ଏବଂ ପ୍ରବଳ ପବନ ହେବାର ସମ୍ଭାବନା ରହିଛି। ୧୮ ଏପ୍ରିଲରେ ନାଗାଲାଣ୍ଡରେ ପ୍ରବଳ ବର୍ଷା, ବଜ୍ରପାତ ଏବଂ ଝଡ଼ବର୍ଷା ହେବାର ସମ୍ଭାବନା ଅଛି। ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ବଜ୍ରପାତ ନେଇ ଆଲର୍ଟ ଜାରି କରାଯାଇଛି। ୧୭-୧୮ ଏପ୍ରିଲରେ ଆସାମରେ ବର୍ଷା ହେବାର ସମ୍ଭାବନା ରହିଛି। ୧୬ ଏପ୍ରିଲରେ ପଶ୍ଚିମବଙ୍ଗରେ ଘଣ୍ଟା ପ୍ରତି ୫୦-୬୦ କିଲୋମିଟର ବେଗରେ ପବନ ବହିବା ସହିତ ଝଡ଼ବର୍ଷା ପାଇଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ୧୮ ରୁ ୨୧ ଏପ୍ରିଲ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ବର୍ଷା, ବିଜୁଳି ଏବଂ ପ୍ରବଳ ପବନ ହେବାର ସମ୍ଭାବନା ରହିଛି।ପଶ୍ଚିମବଙ୍ଗ ଏବଂ ସିକିମରେ ୧୫ ରୁ ୧୯ ଏପ୍ରିଲ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ୧୫ ରୁ ୨୦ ଏପ୍ରିଲ ପର୍ଯ୍ୟନ୍ତ ଓଡ଼ିଶାରେ ହାଲୁକା ବର୍ଷା, ଝଡ଼ବର୍ଷା, ବିଜୁଳି ଏବଂ ପ୍ରବଳ ପବନ ହେବାର ସମ୍ଭାବନା ରହିଛି।




