ଅନ୍ୟାନ୍ୟରାଜନୀତି

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନୀତିଶ

ଭୁବନେଶ୍ୱର ,ନୀତିଶ କୁମାର ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ଏବଂ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ, ମଧ୍ୟ ଘୋଷଣା ହୋଇପାରେ। ଏହି ଅବସରରେ ଆଜି ନୀତିଶ କୁମାର ପ୍ରଥମେ ଆମ୍ବେଦକର ଜୟନ୍ତୀରେ, ରାଜ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ସକାଳ ସାଢେ ୧୦ଟାରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି।  ତା’ପରେ ସେ ସକାଳ ୧୦ଟା ୪୫ରେ ସଚିବାଳୟ ଅଭିମୁଖେ ଯାଇ କ୍ୟାବିନେଟର ଅନ୍ତିମ ବୈଠକରେ ଯୋଗଦେଇଥିଲେ। ମନ୍ତ୍ରୀମାନେ ସେଠାରେ, ଧନ୍ୟବାଦ ଦେବା ସହ  ଫଟୋ ସେସନ୍  କରିବେ। ମିଳିଥିବା ସୂଚନା ଅନୁଯାୟୀ ନୀତିଶ କୁମାର ଆଜି ଅପରାହ୍ନ ୨ଟାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଜେଡିୟୁ ବିଧାୟକ ଦଳର ଏକ ବୈଠକ ଡାକିଛନ୍ତି।ବିଜେପି ଆଜି ଅପରାହ୍ନ ୩ଟାରେ, ବିଧାୟକମାନଙ୍କର ଏକ ବୈଠକ ଡାକିଛି।  ଯେଉଁଠାରେ ବିଧାୟକ ଦଳ, ନେତାଙ୍କ ନାମ ଚୂଡ଼ାନ୍ତ ହେବ। କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବେ। ଆଜି ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବା ପରେ, ଆସନ୍ତାକାଲି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ଯୋଗଦେବାର ଆଶା କରାଯାଉଛି।

Related Articles

Back to top button