ଅନ୍ୟାନ୍ୟରାଜନୀତି

କେନ୍ଦ୍ର ସରକାର ଆଣୁଛନ୍ତି ସ୍ବତନ୍ତ୍ର ଆଇନ

ଭୁବନେଶ୍ୱର ,ଆସନ୍ତା ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ବସିବାକୁ ଥିବ ସଂସଦର  ସ୍ବତନ୍ତ୍ର ଅଧିବେଶନରେ, ନାରୀ ଶକ୍ତି ବନ୍ଦନ ଅଧିନିୟମ ଉପରେ ହେବ ଆଲୋଚନା । ଏହି ବିଲ୍ ସମ୍ପର୍କରେ ରାଜ୍ୟବାସୀଙ୍କୁ ଅବଗତ କରାଇବା, ଲାଗି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସମେତ ରାଜ୍ୟ ବିଜେପିର ମହିଳା ନେତ୍ରୀମାନେ ଆଜି ବିଭିନ୍ନ ସ୍ଥାନରେ ପ୍ରେସ୍ ମିଟ୍ କରିଛନ୍ତି । ଭୁବନେଶ୍ବରରେ ପ୍ରଭାତୀ କହିଛନ୍ତି, ଉଭୟ ବିଧାନସଭା ଏବଂ ଲୋକସଭାରେ ମହିଳାଙ୍କୁ, ଗୁରୁତ୍ବ ଦିଆଯାଉଛି।  ୩୩ ପ୍ରତିଶତ ସଂରକ୍ଷଣ ଦେଶକୁ ଏକ ନୂଆ ଦିଶା ଦେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ବ ନେବା ପରଠୁ, ମହିଳାଙ୍କ ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ବିଲ ସମ୍ପର୍କରେ ଜଣାଇବା, ଲାଗି ଆଜିଠୁ ୧୮ ଯାଏଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ।  ୨୦୨୩ ମସିହାରେ, ଏହି ବିଲ ସମ୍ପର୍କରେ ସଂସଦରେ ଆଲୋଚନା ହୋଇଥିଲେ ତାକୁ ବିରୋଧୀଙ୍କ ସମର୍ଥନ ମିଳିନଥିଲା।ସେପଟେ ମହିଳା ସଂରକ୍ଷଣ ବିଲକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀକୁ କଟାକ୍ଷ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ।ମହିଳାଙ୍କୁ ଆହୁରି ସଶକ୍ତ କରାଇବା ଲାଗି କେନ୍ଦ୍ର ସରକାର ଆଣୁଛନ୍ତି ସ୍ବତନ୍ତ୍ର ଆଇନ ।

Related Articles

Back to top button