Uncategorized
ପୁଣି ହେବ ଘମାଘୋଟ ଯୁଦ୍ଧ!

ଭୁବନେଶ୍ୱର , ଇରାନର ସର୍ତ୍ତ ମାନିବାକୁ ନାରାଜ ଆମେରିକା।୨୧ ଘଣ୍ଟା ଧରି ଚାଲିଥିଲା ଆଲୋଚନା ହୋଇଥିଲ।
ସବୁ ସର୍ତ୍ତ ମାନି ହେବନି କହିଲେ ଉପରାଷ୍ଟ୍ରପତି ଜେଡି ଭାନ୍ସ। ଆଲୋଚନାରେ ବିଶେଷକରି ହର୍ମୁଜ ପ୍ରଣାଳୀ ଖୋଲିବା, ଲେବାନନ ଉପରେ ଆକ୍ରମଣ ବନ୍ଦ କରିବା, ବିଦେଶୀ ବ୍ୟାଙ୍କରେ ଇରାନର ଜବତ ପାଣ୍ଠି ମୁକ୍ତ କରିବା ଦିଗରେ କଥାବର୍ତ୍ତା ହୋଇଥିଲେ।
ଇରାନ ଉପରେ ଦୋଷ ଲଦିଲେ ,ଆମେରିକା ଉପରାଷ୍ଟ୍ରପତି। କୌଣସି ବୁଝାମଣାକୁ ଇରାନ ପ୍ରସ୍ତୁତ ନୁହେଁ।
ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବାକୁ ରାଜି ନୁହେଁ ଇରାନ ବୋଲି, କହିଛନ୍ତି ଜେଡି ଭାନ୍ସ।ବୈଠକ ପରେ ଉଭୟ ପକ୍ଷ ପରସ୍ପର ମଧ୍ୟରେ ଦାବି ଓ ସର୍ତ୍ତ ନେଇ ଲିଖିତ ଚିଠା ହସ୍ତାନ୍ତର କରିଥିଲେ।
ଲେବାନନ ଉପରେ ଇସ୍ରାଏଲ ଆକ୍ରମଣ ବନ୍ଦ କରିବାକୁ ବୈଠକରେ ଦାବି କରିଥିଲା ଇରାନ।
ଇସଲାମାବାଦ୍ ବୈଠକରେ ବାହାରିଲାନି କୌଣସି ସମାଧାନ।




