
ମୋବାଇଲ ନ୍ୟୁଜ୍ 24×7 ବ୍ୟୁରୋ, ସାଲେପୁର ଥାନା ଅନ୍ତର୍ଗତ ଭାତପଡା ଛକ ନିକଟରେ ଶନିବାର ବସ୍ ଦୁର୍ଘଟଣା ଘଟିଛି । ୨ଟି ଘରୋଇ ବସ ମଧ୍ୟରେ ଦୁର୍ଘଟଣା ଘଟିବାରୁ ଯାତ୍ରୀମାନେ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଉଭୟ ବସରେ ୫୦ରୁ ଅଧିକ ଯାତ୍ରୀ ଥିଲେ ।
ଖବର ମୁତାବକ ଶନିବାର ସକାଳେ ମହାଲକ୍ଷ୍ମୀ ଓ ପପୁ (ରାଜଭଟ୍ଟ) ନାମକ ୨ ବସ୍ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଆସୁଥିଲେ । ତେବେ କିଏ ଆଗାମୀ ଷ୍ଟପେଜରେ ପ୍ରଥମେ ପହଞ୍ଚିବ ସେ ନେଇ ପ୍ରତିଯୋଗିତା ମନୋଭାବ ରଖି ଗାଡ଼ି ଚଲାଇବା ଯୋଗୁଁ ଏହିଭଳି ଅବସ୍ଥା ଉପୁଜିଥିବା ଜଣାପଡ଼ିଛି । ମହାଲକ୍ଷ୍ମୀ ନାମକ ବସ୍ ପପୁ ବସକୁ ହଠାତ ଭାତପଡାଠାରେ ଦ୍ରୁତ ଗତିରେ ଓଭର ଟେକ୍ କରିବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କୁହାଯାଉଛି ।




