
ଭୁବନେଶ୍ୱର ,ଆସାମରେ ନିର୍ବାଚନ ପାଖେଇ ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ, ଏକ ବଡ଼ କାର୍ଡ ଖେଳିଛନ୍ତି। ଏକ ନିର୍ବାଚନୀ ସଭାକୁ, ସମ୍ବୋଧିତ କରି ସେ କହିଛନ୍ତି ଯେ, ତାଙ୍କ ସରକାର ପୁଣି ଥରେ କ୍ଷମତାକୁ ଆସିଲେ, ଆସାମରେ ଲୋକଙ୍କୁ ବର୍ଷକୁ ଦୁଇଟି ଗ୍ୟାସ୍ ସିଲିଣ୍ଡର ସମ୍ପୂର୍ଣ୍ଣ ମାଗଣାରେ ଦିଆଯିବ।ହିମନ୍ତଙ୍କ କହିବା ଅନୁଯାୟୀ, ରାଜ୍ୟର ସବୁଠାରୁ ବଡ଼ ପର୍ବ ‘ବିହୁ’ ପୂର୍ବରୁ ଗୋଟିଏ ସିଲିଣ୍ଡର ଏବଂ ‘ଦୁର୍ଗା ପୂଜା’ ପୂର୍ବରୁ ଆଉ ଗୋଟିଏ ସିଲିଣ୍ଡର ଯୋଗାଇ ଦିଆଯିବ। ପର୍ବପର୍ବାଣୀ ସମୟରେ ମହିଳା ଓ ଗରିବ ପରିବାରଙ୍କ ଉପରୁ ଆର୍ଥିକ ବୋଝ ହ୍ରାସ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜନତାଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ନିର୍ବାଚନ ଜିତିବା ପରେ, ବର୍ଷକୁ ଦୁଇଟି LPG ସିଲିଣ୍ଡର ମାଗଣାରେ ଯୋଗାଇ ଦେବାକୁ ସେ ପ୍ରତିଶୃତି ,ଦେଇଛନ୍ତି….ଆସାମ ବିଧାନସଭା ନିର୍ବାଚନ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି।




