
ଭୁବନେଶ୍ୱର ,ଆସାମ ବିଧାନସଭା ନିର୍ବାଚନ ଅବସରରେ ଦିବ୍ରୁଗଡ଼ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ଆସାମର ଚାହା ବଗିଚାରେ ବୁଲିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ସେଠାରେ କାମ କରୁଥିବା ମହିଳାଙ୍କ ସହ ଆଲୋଚନା କରିବା ମହିଳା କର୍ମଚାରୀଙ୍କ ସହ ସେଲଫି ନେଲେ ପ୍ରଧାନମନ୍ତ୍ରୀ।
ମୋଦି କହିଛନ୍ତି ଯେ, ଚାହା ହେଉଛି, ଆସାମର ଆତ୍ମା।
ଏଠାକାର ଚାହା ସାରା ବିଶ୍ୱ ବଜାରରେ, ପ୍ରବେଶ କରିଛି।
ଦିବ୍ରୁଗଡ଼ ଗସ୍ତ ଅବସରରେ ଗୋଗାମୁଖରେ ବିଜେପିର ବିଧାନସଭା ନିର୍ବାଚନ ରାଲିକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି।
ମହିଳା କର୍ମଚାରୀଙ୍କ ସହ ଆଲୋଚନା ସ୍ମରଣୀୟ ଅଭିଜ୍ଞତା ଥିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।




