ଅନ୍ତର୍ଜାତୀୟଅନ୍ୟାନ୍ୟ
ସ୍ପେନ କରୁନାହିଁ ଯୁଦ୍ଧକୁ ସମର୍ଥନ।

ଭୁବନେଶ୍ୱର ,ଆମେରିକା ନେତୃତ୍ବାଧୀନ ନାଟୋ ସଂଗଠନର ସଦସ୍ୟ ହୋଇଥିବା ସତ୍ତ୍ବେ, ସ୍ପେନ ଏହି ଯୁଦ୍ଧକୁ ସମର୍ଥନ କରୁନାହିଁ।
ତେବେ ଆମେରିକାର ଯାତ୍ରୀବାହୀ ବିମାନଗୁଡିକୁ,ଏହି କଟକଣାରୁ ମୁକ୍ତ ରଖାଯାଇଛି।
ଆନ୍ତର୍ଜାତିକ ନିମୟକୁ ଉଲ୍ଲଘଂନ କରି ଆମେରିକା ଏକତରଫା ଭାବେ ଇରାନ ବିରୋଧରେ,ଯୁଦ୍ଧ ଜାରି ରଖିଥିବାରୁ ସ୍ପେନ ଏହାକୁ ଘୋର ବିରୋଧ କରୁଛି।
ଇରାନ ବିପକ୍ଷରେ ଯୁଦ୍ଧରେ ନିୟୋଜିତ ଆମେରିକାର ଲଢୁଆ ବିମାନ ପାଇଁ ସ୍ପେନ, ନିଜର ଆକାଶସୀମାକୁ ସିଲ୍ କରିଛି।
ଯୁଦ୍ଧ ପାଇଁ ସ୍ପେନର କୌଣସି ସାମରିକ ଘାଟିକୁ ଆମେରିକା ବ୍ୟବହାର କରିପାରିବ ନାହିଁ ବୋଲି, ସ୍ପେନ୍ର ପ୍ରତିରକ୍ଷା ମନ୍ତ୍ରୀ ମାର୍ଗାରିଟା ରୋବଲ୍ସ ସ୍ପଷ୍ଟ କରିଛନ୍ତି।




