
ଭୁବନେଶ୍ୱର ,ରେମଣ୍ଡ ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ଏବଂ ପଦ୍ମଭୂଷଣ ଡକ୍ଟର ବିଜୟପତ ସିଂଘାନିଆଙ୍କର, ପରଲୋକ ଘଟିଛି। ଶନିବାର ସନ୍ଧ୍ୟାରେ ମୁମ୍ବାଇରେ ତାଙ୍କର ଦେହାନ୍ତ ଘଟିଥିବାବେଳେ ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ସିଂଘାନିଆ ସାରା ଜୀବନ କଠିନ ପରିଶ୍ରମ କରି ରେମଣ୍ଡ ଲିମିଟେଡକୁ ଉଚ୍ଚ ସ୍ତରରେ, ପହଞ୍ଚାଇଥିଲେ। ତାଙ୍କ ପୁଅ ତଥା ବର୍ତ୍ତମାନର ଅଧ୍ୟକ୍ଷ ଗୌତମ ସିଂଘାନିଆ ବାପାଙ୍କ ପରଲୋକ ଖବର ସେୟାର କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି ରିପ୍ ଓମ୍ ଶାନ୍ତି। ତାଙ୍କ ନେତୃତ୍ୱରେ କମ୍ପାନୀ “କମ୍ପ୍ଲିଟ୍ ମ୍ୟାନ୍” ବ୍ରାଣ୍ଡ ପ୍ରତିଷ୍ଠା କରିଥିଲା । ଏବଂ ପ୍ରିମିୟମ୍ ସୁଟିଂ କପଡ଼ାରୁ ଡେନିମ୍, ସିମେଣ୍ଟ ଏବଂ ଷ୍ଟିଲ୍ ପର୍ଯ୍ୟନ୍ତ ବିବିଧତା ଆଣିଥିଲା। ସେ ଓମାନରେ ପ୍ରଥମ ବିଦେଶୀ ଶୋ’ରୁମ୍ ଖୋଲି ଭାରତୀୟ ବସ୍ତ୍ରକୁ ଆନ୍ତର୍ଜାତୀୟ ସ୍ତରରେ ଲଞ୍ଚ କରିଥିଲେ।




