ଜାତୀୟଜୀବନଶୈଳୀ

ଆଉ ୨ ଏଲପିଜି ଟ୍ୟାଙ୍କର ଭାରତକୁ ଆସୁଛି

ଭୁବନେଶ୍ୱର,ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିପ୍ରେକ୍ଷୀରେ ଇରାନ ପକ୍ଷରୁ ହର୍ମୁଜ ପ୍ରଣାଳୀକୁ ଅବରୋଧ କରାଯାଇଛି।

ଫଳରେ ଶତାଧିକ ତୈଳ ଓ ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର ଏହି ପ୍ରଣାଳୀର ଉଭୟପାର୍ଶ୍ବରେ, ଅଟକି ରହିଛି। ଏଥିମଧ୍ୟରେ ଭାରତର ୨୨ଟି ଟ୍ୟାଙ୍କର ସାମିଲ ରହିଛି।

ଅବଶ୍ୟ ଇରାନ ସରକାରଙ୍କ ଅନୁମତି ମିଳିବା ପରେ ଭାରତର ତିନିଟି ଏଲପିଜି ଟ୍ୟାଙ୍କର ଇତିମଧ୍ୟରେ ଗୁଜରାଟ ଉପକୂଳରେ, ପହଞ୍ଚି ସାରିଛି। ଆଉ ଦୁଇଟି ଏଲପିଜି ଟ୍ୟାଙ୍କର ଭାରତ ଅଭିମୁଖେ ଯାତ୍ରା କରୁଥିବା ଜଣାପଡିଛି।

‘ପାଇନ ଗ୍ୟାସ୍‌’ ଓ ‘ଜଗ୍‌ ବସନ୍ତ’ ନାମକ ଏହି ଦୁଇଟି ଟ୍ୟାଙ୍କର ବର୍ତ୍ତମାନ ସଂଯୁକ୍ତ ଆରବ ଏମିରେଟ୍‌ସର ସାରଜ ନିକଟରେ ଲଙ୍ଗର ପକାଇଛି।

ଖୁବଶୀଘ୍ର ଏହି ଟ୍ୟାଙ୍କର ଦୁଇଟି ହର୍ମୁଜ ପ୍ରଣାଳୀ ଅତିକ୍ରମ କରି ଭାରତରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ଏଥିମଧ୍ୟରୁ ବିପିସିଏଲ ପକ୍ଷରୁ ‘ଜଗ୍‌ ବସନ୍ତ’ ଏବଂ ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ ‘ପାଇନ୍‌ ଗ୍ୟାସ୍‌’କୁ ବୁକ୍‌ କରାଯାଇଛି।

Related Articles

Back to top button