
ଭୁବନେଶ୍ୱର , ରାଜ୍ୟରେ ବଢୁଛି ତାପମାତ୍ରା। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ରାଜ୍ୟରେ ଏବେ କୌଣସି ପାଣିପାଗ ସିଷ୍ଟମ ନାହିଁ।
ପାଗ ଶୁଖିଲା ରହିବ। ଫଳରେ ଆଗକୁ ଖରା ପ୍ରକୋପ ଆହୁରି ବଢ଼ିପାରେ।
ରାଜ୍ୟର ୬ଟି ସ୍ଥାନରେ ଏବେ, ପାରଦ ୩୫ ଡିଗ୍ରୀ ଉପରେ ରହିଛି।
ଆସନ୍ତା ସପ୍ତାହରେ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ସମ୍ଭାବନା ରହିଛି।
ଗତକାଲି ଝାରସୁଗୁଡ଼ାରେ ତାପମାତ୍ରା, ୩୭ ଡିଗ୍ରୀ ସେଲସିୟସ୍ ଛୁଇଁଥିଲା। ଯାହାକି ସ୍ବାଭାବିକଠାରୁ ୩ ଡିଗ୍ରୀ ଅଧିକ ରହିଥିଲା।




