Breaking Newsଓଡ଼ିଶା

ବାଲିଯାତ୍ରା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପ୍ରଥମ ଥର ଐତିହାସିକ କଟକ ବାଲିଯାତ୍ରାର ଉଦଘାଟନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଆଠ ଦିନ ଧରି ଆୟୋଜିତ ହେବ କଟକର ଏହି ପ୍ରସିଦ୍ଧ ମହୋତ୍ସବ । ରାଷ୍ଟ୍ରପତିଙ୍କ ଉପସ୍ଥିତି ଏଥର ବାଲିଯାତ୍ରାର ଆକର୍ଷଣକୁ ଆହୁରି ବଢ଼ାଇବ ବୋଲି ଆଶା କରାଯାଉଛି ।

ବାଲିଯାତ୍ରାକୁ ଭବ୍ୟ ଓ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ସରକାର, କଟକ ଜିଲ୍ଲା ପ୍ରଶାସନ ଏବଂ କଟକ ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି । ଚଳିତବର୍ଷ ଉପର ପଡ଼ିଆ ସହ ତଳ ପଡ଼ିଆରେ ମଧ୍ୟ ମେଳା ଆୟୋଜନ କରାଯିବ। ଫଳରେ ଅଧିକ ଷ୍ଟଲ୍, ବ୍ୟବସାୟୀ ଓ ପର୍ଯ୍ୟଟକଙ୍କ ପାଇଁ ସୁଯୋଗ ସୃଷ୍ଟି ହେବ ।

ଅନ୍ୟପଟେ, ବାଲିଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ ଓ ଯାନବାହନ ପାର୍କିଂକୁ ଗୁରୁତ୍ୱ ଦେଉଛି ପ୍ରଶାସନ । ଗତବର୍ଷ ତୁଳନାରେ ଚଳିତବର୍ଷ ପାର୍କିଂ ସୁବିଧା ବଢ଼ାଇବା ସହ ଟ୍ରାଫିକ୍ ପରିଚାଳନା ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଉଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗୁରୁତ୍ୱ ପାଇବ । ଏଥର ବାଲିଯାତ୍ରାରେ ରାଷ୍ଟ୍ରପତିଙ୍କ ଯୋଗଦାନ କଟକବାସୀଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ହେବାକୁ ଯାଉଛି ।

Related Articles

Back to top button