Breaking Newsଜାତୀୟ

ପୁଣି ନଟବନ୍ଦୀ ! ବନ୍ଦ ହେବ ୫୦୦ ଟଙ୍କିଆ ନୋଟ୍!

ବିମୁଦ୍ରାକରଣକୁ ୧୦ ବର୍ଷ ପୂରିବା ପରେ ପୁଣି ଥରେ ଚର୍ଚ୍ଚାରେ ନୋଟ୍ ବନ୍ଦ ପ୍ରସଙ୍ଗ। ଦୁର୍ନୀତି ଓ ଭ୍ରଷ୍ଟାଚାର ଉପରେ ଲଗାମ ଲଗାଇବାକୁ ବନ୍ଦ ହେଉ ୫୦୦ ଟଙ୍କିଆ ନୋଟ୍। ଏଭଳି ଏକ ବଡ଼ ଦାବି କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ।

ଚନ୍ଦ୍ରବାବୁଙ୍କ କହିବା ଅନୁଯାୟୀ, ଦେଶରେ ନଗଦ କାରବାରକୁ ସୀମିତ କରିବା ସହ ଡିଜିଟାଲ ପେମେଣ୍ଟକୁ ଅଧିକ ପ୍ରୋତ୍ସାହନ ଦେବା ଆବଶ୍ୟକ। ଏହାଦ୍ୱାରା କଳାଧନ ଓ ଦୁର୍ନୀତି ଉପରେ ଅଙ୍କୁଶ ଲଗାଯାଇପାରିବ।କେବଳ ଏତିକି ନୁହେଁ, ଏହା ପୂର୍ବରୁ ମଧ୍ୟ ଡିଜିଟାଲ ମୁଦ୍ରା ସମ୍ପର୍କିତ ଏକ ରିପୋର୍ଟରେ ୫୦୦ ଟଙ୍କିଆ ନୋଟ୍ ବନ୍ଦ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ଏନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ମଧ୍ୟ ଦାବି ରଖିଥିବା କହିଛନ୍ତି।

ତାଙ୍କ ମତରେ, ଉଚ୍ଚ ମୂଲ୍ୟର ନୋଟ୍ ବନ୍ଦ ହେଲେ ବେଆଇନ କାରବାର ଓ ଦୁର୍ନୀତି ପାଇଁ ବିପୁଳ ପରିମାଣର ନଗଦ ଟଙ୍କା ରଖିବା ଓ ବ୍ୟବହାର କରିବା କଷ୍ଟକର ହେବ।ଏଥିସହ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ଚନ୍ଦ୍ରବାବୁ। ତାଙ୍କ କହିବା କଥା, ପ୍ରଯୁକ୍ତିବିଦ୍ୟାର ସଠିକ୍ ବ୍ୟବହାର ହେଲେ ଦେଶରେ ସମ୍ପତ୍ତି ସୃଷ୍ଟି ସହ ଦାରିଦ୍ର୍ୟ ଦୂରୀକରଣ ମଧ୍ୟ ସମ୍ଭବ। ତେବେ ଚନ୍ଦ୍ରବାବୁ ନାଇଡୁଙ୍କ ଏହି ଦାବିକୁ କେନ୍ଦ୍ର ସରକାର କେତେ ଗୁରୁତ୍ୱ ଦେଉଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର।

Related Articles

Back to top button