Breaking Newsକ୍ରୀଡ଼ା

ବାଜିମାତ କଲା ଭାରତୀୟ ହକି ଦଳ । ଓଡ଼ିଆ ପୁଅଙ୍କ କମାଲ

ପୁଣି ବାଜିମାତ କଲା ଭାରତୀୟ ହକି ଦଳ । ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ୨୦୨୬ର ଟାଇଟଲ୍ ହାତେଇଛି ଟିମ୍ ଇଣ୍ଡିଆ । ଜାପାନ ଏବଂ ଭାରତ ମଧ୍ୟରେ ଗୁରୁବାର ମୋହାଲିରେ ଖେଳାଯାଇଥିଲା ଫାଇନାଲ୍ ମୁକାବିଲା । ଜାପାନକୁ ୪-୧ ଗୋଲ୍‌ରେ ପରାସ୍ତ କରି ଷଷ୍ଠ ଥର ପାଇଁ ଏହି ଟାଇଟଲ ନିଜ ନାମରେ କରିଛି । ତେବେ ଫାଇନାଲ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ ପାଇଁ ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରାଙ୍କୁ ମ୍ୟାନ୍‌ ଅଫ୍ ଦି ମ୍ୟାଚ୍‌ ପୁରସ୍କାର ମିଳିଛି ।

ମ୍ୟାଚ୍‌ର ଆରମ୍ଭରୁ ଭାରତ ପାଇଁ ଭଲ ନଥିଲା । ମ୍ୟାଚ୍‌ର ତୃତୀୟ ମିନିଟ୍‌ରେ ହିଁ ଜାପାନ ପ୍ରଥମ ଗୋଲ୍ ଦେଇ ୧-୦ରେ ଆଗୁଆ ହୋଇଥିଲା । କିନ୍ତୁ ଭାରତୀୟ ଡିଫେନ୍ସର ଦୃଢ଼ ପ୍ରଦର୍ଶନ ଯୋଗୁଁ ଜାପାନ ଆଉ ଗୋଲ୍ କରିପାରିନଥିଲା । ନିଜର ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବା ଭାରତୀୟ ଉପ-ଅଧିନାୟକ ହାର୍ଦ୍ଦିକ ସିଂହ ମିଡ୍‌ଫିଲ୍ଡରେ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ଜରମନପ୍ରୀତ ସିଂହ ଡିଫେନ୍ସରେ ଦୃଢ଼ତା ଦେଖାଇଥିଲେ ।

ଏହାପରେ ଶେଷ କ୍ୱାର୍ଟରରେ ଭାରତୀୟ ଖେଳାଳିମାନେ ଆହୁରି ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ । ୪୮ତମ ମିନିଟ୍‌ରେ ହାର୍ଦ୍ଦିକ ସିଂହଙ୍କ ଏକ ସୁନ୍ଦର ପାସ୍‌କୁ ଦିଲପ୍ରୀତ ସିଂହ ଗୋଲ୍‌ରେ ପରିଣତ କରିଥିଲେ। ଏହା ସହ ଭାରତ ୨-୧ରେ ଆଗୁଆ ହୋଇଥିଲା । ଏହା ପୂର୍ବରୁ ଭାରତ ୨୦୧୧, ୨୦୧୬, ୨୦୧୮, ୨୦୨୩ ଏବଂ ୨୦୨୪ରେ ଏହି ଟ୍ରଫି ଜିତିଥିଲା । ୨୦୨୬ରେ ପୁଣି ଥରେ ଚାମ୍ପିୟନ୍ ହୋଇ ଭାରତ ଟାଇଟଲ୍ ହ୍ୟାଟ୍ରିକ୍ ପୂରଣ କରିବା ସହ ଏସୀୟ ହକିରେ ନିଜର ଦବଦବା ବଜାୟ ରଖିଛି ।

Related Articles

Back to top button