ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ଠିକଣା

ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ଠିକଣା । ପୁରୁଣା ଘର ଛାଡି ନୂଆ ଘରକୁ ଗଲେ ମୁଖ୍ୟମନ୍ତ୍ରୀ ସି. ଯୋସେଫ୍ ବିଜୟ । ହଁ ଆଜ୍ଞା ତାମିଲନାଡୁ ରାଜନୀତିରେ ନୂଆ ଅଧ୍ୟାୟ। ଚେନ୍ନାଇର ଗ୍ରୀନୱେଜ୍ ରୋଡ୍ସ୍ଥିତ ନୂଆ ସରକାରୀ ବାସଭବନକୁ ସ୍ଥାନାନ୍ତର ହୋଇଛନ୍ତି। ଏହି ନୂଆ ଠିକଣାର ନାମ ‘ପମାନି ଇଲ୍ଲମ୍’। ଏହାକୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସହ ଶିବିର କାର୍ଯ୍ୟାଳୟ କ୍ୟାମ୍ପ ଅଫିସ ଭାବେ ମଧ୍ୟ ବ୍ୟବହାର କରାଯିବ। ଗୁରୁବାର ଏଠାରେ ପୂଜାପାଠ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି ।
ବିଜୟଙ୍କ ନୂଆ ବାସଭବନ ଚେନ୍ନାଇର ରାଜା ଅନ୍ନାମଲାଇପୁରମ୍ ଅଞ୍ଚଳରେ ଅବସ୍ଥିତ। ଏହି ସ୍ଥାନାନ୍ତର ପଛରେ ଯାତାୟାତ ସମସ୍ୟା ହ୍ରାସ ମୁଖ୍ୟ କାରଣ ବୋଲି କୁହାଯାଉଛି। ପୂର୍ବରୁ ବିଜୟ ନୀଳାଙ୍କରାଇସ୍ଥିତ ନିଜ ବାସଭବନରୁ ଫୋର୍ଟ ସେଣ୍ଟ ଜର୍ଜସ୍ଥିତ ସଚିବାଳୟକୁ ଯାତାୟାତ କରୁଥିଲେ। ଏହି ଦୂରତା ଗୋଟିଏ ପଟକୁ ପ୍ରାୟ ୨୫ କିଲୋମିଟର ଥିଲା। ନୂଆ ବାସଭବନରୁ ସଚିବାଳୟର ଦୂରତା ପ୍ରାୟ ୯ କିଲୋମିଟରକୁ ହ୍ରାସ ପାଇଛି। ଏଠାରେ ବ୍ୟକ୍ତିଗତ ବ୍ୟାୟାମଶାଳା, ବ୍ୟାଡମିଣ୍ଟନ୍ କୋର୍ଟ, ଲନ୍ ଓ ଉଚ୍ଚସ୍ତରୀୟ ସୁରକ୍ଷା କର୍ମଚାରୀଙ୍କ ରହିବା ପାଇଁ ବ୍ୟବସ୍ଥା ରହିଛି।




