ମନୋରଞ୍ଜନ

ନବମ ମାସରେ ବି ଫିଟନେସ୍ ଫ୍ରିକ୍ ସାମନ୍ଥା! ସେୟାର କଲେ ‘The Final Lap’ ଭିଡିଓ

ମା’ ହେବାକୁ ଯାଉଛନ୍ତି ସାଉଥ୍ ସୁନ୍ଦରୀ ସାମନ୍ଥା ରୁଥ୍ ପ୍ରଭୁ! ମାତୃତ୍ୱର ଏହି ଖାସ୍ ମୁହୂର୍ତ୍ତକୁ ନେଇ ଏବେ ଚର୍ଚ୍ଚାରେ ଅଭିନେତ୍ରୀ। ଖାସ୍ କଥା ହେଉଛି, ପ୍ରେଗ୍ନେନ୍ସିର ନବମ ମାସରେ ବି ଫିଟନେସ୍ ପ୍ରତି ତାଙ୍କର ରହିଛି ସ୍ୱତନ୍ତ୍ର ଧ୍ୟାନ। ପ୍ରଥମ ମାସରୁ ନବମ ମାସ ପର୍ଯ୍ୟନ୍ତ ନିଜର ୱାର୍କଆଉଟ୍ ଜର୍ଣ୍ଣିକୁ ଏକ ଭିଡିଓ ଜରିଆରେ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି ସାମନ୍ଥା।ସୋସିଆଲ ମିଡିଆରେ ସାମନ୍ଥାଙ୍କ ଏହି ନୂଆ ପୋଷ୍ଟ ଏବେ ଖୁବ୍ ଚର୍ଚ୍ଚା ସାଉଁଟୁଛି। ଭିଡିଓରେ ପ୍ରେଗ୍ନେନ୍ସିର ପ୍ରଥମ ମାସରୁ ଆରମ୍ଭ କରି ନବମ ମାସ ପର୍ଯ୍ୟନ୍ତ ତାଙ୍କର ଫିଟନେସ୍ ଯାତ୍ରାକୁ ଦେଖିବାକୁ ମିଳିଛି।

କେତେବେଳେ ଡମ୍ବେଲ୍ ଧରି ୱେଟେଡ୍ ସ୍କ୍ୱାଟ୍ସ, ତ ଆଉ କେତେବେଳେ ଅନ୍ୟ ବ୍ୟାୟାମ କରୁଥିବାର ନଜର ଆସିଛନ୍ତି ଅଭିନେତ୍ରୀ। ଏହି ଭିଡିଓ ସହ ସେ ଲେଖିଛନ୍ତି ‘#9. The Final Lap’। ଅର୍ଥାତ୍ ମାତୃତ୍ୱ ଯାତ୍ରାର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି ସାମନ୍ଥା।ତାଙ୍କର ଏହି ଫିଟନେସ୍ ଜର୍ଣ୍ଣିକୁ ଦେଖି ଫ୍ୟାନ୍ସ ମଧ୍ୟ ଖୁବ୍ ଉତ୍ସାହିତ। ସୋସିଆଲ ମିଡିଆରେ ଅନେକ ଫ୍ୟାନ୍ସ ଓ ସେଲିବ୍ରିଟି ତାଙ୍କ ପୋଷ୍ଟରେ ପ୍ରତିକ୍ରିୟା ଦେଉଛନ୍ତି।

ଅନ୍ୟପଟେ ସାମନ୍ଥା ଓ ଫିଲ୍ମ ନିର୍ମାତା ରାଜ ନିଦିମୋରୁଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଚର୍ଚ୍ଚାରେ ରହିଛି। ଦିଆଯାଇଥିବା ରିପୋର୍ଟ ଅନୁସାରେ, ଉଭୟ ଡିସେମ୍ବର ୨୦୨୫ରେ କୋଏମ୍ବାଟୁରର ଈଶା ଯୋଗ ସେଣ୍ଟରରେ ଏକ ଘରୋଇ ସମାରୋହରେ ବିବାହ କରିଥିଲେ। ଏହାପରେ ଈଶା ଫାଉଣ୍ଡେସନରେ ପାରମ୍ପରିକ ସୀମନ୍ତମ୍ ବା ଗୋଦଭରାଇ ସମାରୋହ ମଧ୍ୟ ପାଳନ କରିଥିବା ଖବର ରହିଛି। ତେବେ ପ୍ରେଗ୍ନେନ୍ସି ସମୟରେ ବ୍ୟାୟାମ କରିବା ପ୍ରତ୍ୟେକ ମହିଳାଙ୍କ ପାଇଁ ସମାନ ନୁହେଁ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ହିଁ ଏହି ସମୟରେ ଶାରୀରିକ ବ୍ୟାୟାମ କରିବା ଉଚିତ।

Related Articles

Back to top button