Breaking Newsଐତିହ୍ୟ ଓ ସଂସ୍କୃତି

ଶକ୍ତିପୀଠରେ ମହାନବମୀ ପୂଜା, ମଣ୍ଡପରେ ମହାଅଷ୍ଟମୀ

ମୁଣ୍ଡରେ ସୁନାର ମୁକୁଟ। ଦେହରେ ନାଲି ପାଟ ଶାଢ଼ୀ । ଝଟକୁଛନ୍ତି ଜଗତଜନନୀ ମାଆ ଦୁର୍ଗା । ଗାଁରୁ ସହର ସବୁଠି ପୂଜାର ଉତ୍ସାହ। ମାଆଙ୍କ ଆଗମନରେ ଭକ୍ତିମୟ ପରିବେଶ ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ମନରେ ଅସୀମ ଉତ୍ସାହ। ଆଜି ଶକ୍ତିପୀଠରେ ନବମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ଅଷ୍ଟମୀ ପୂଜା କରାଯାଉଛି। ସ୍ବତନ୍ତ୍ର ନୀତିକାନ୍ତିରେ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା।

ମା’ ଦୁର୍ଗାଙ୍କ ପୂଜା ପାଇଁ ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ପୂଜା ମଣ୍ଡପ। ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ପୁରା ପରିବେଶ। ମାଆଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂଜା କମିଟି ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ନବରାତ୍ରୀ ଅବସରରେ ମା’ଙ୍କ ଆରାଧନା ପାଇଁ ଚଳଚଞ୍ଚଳ ହୋଇଉଠିଛି ବିଭିନ୍ନ ଦେବୀପୀଠ । ଅନ୍ୟପଟେ ପୂଜା ମଣ୍ଡପଗୁଡ଼ିକରେ ଅନୁଷ୍ଠିତ ହେଉଛି ମହାଅଷ୍ଟମୀ ପୂଜା । ଏହାକୁ ନେଇ ସବୁଠି ଦେଖିବାକୁ ମିଳିଛି ପାର୍ବଣର ମାହୋଲ । ବିଭିନ୍ନ ଶକ୍ତିପୀଠରେ ନିଜ ନିଜର ପରମ୍ପରା ଓ ବିଧିବିଧାନ ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି । ସେହିପରି ପୂଜା ମଣ୍ଡପଗୁଡ଼ିକରେ ମା’ ଦୁର୍ଗାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମୁଛି । ଘଣ୍ଟଘଣ୍ଟା, ମନ୍ତ୍ରୋଚ୍ଚାରଣ ଓ ଭକ୍ତିମୟ ପରିବେଶ ମଧ୍ୟରେ ମା’ଙ୍କ ଆରାଧନାରେ ମଗ୍ନ ହୋଇଛନ୍ତି ଶ୍ରଦ୍ଧାଳୁ ।

Related Articles

Back to top button