Breaking Newsନିର୍ବାଚନ

ଇପ୍ସିତା ସାହୁଙ୍କୁ ଉଠାଇ ନେଲା ପୋଲିସ

ବିଜୁ ଛାତ୍ର ଜନତା ଦଳ ବା BCJDର ସଭାପତି ଇପ୍ସିତା ସାହୁଙ୍କୁ ପୋଲିସ ଉଠାଇ ନେଇଛି। ଭୁବନେଶ୍ୱରର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଆଗରୁ ପୋଲିସ ଉଠାଇ ନେଇଛି | ତାଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା | ଏବେ ତାଙ୍କୁ ପୋଲିସ ଉଠାଇ ନେଇଛି | ଛାତ୍ରୀ ସଂସଦ ନିର୍ବାଚନରେ ବାଲଟ୍ ପେପର ନମ୍ବର ବଦଳାଯାଇଥିବା ଅଭିଯୋଗ କରି ବିସିଜେଡି ପକ୍ଷରୁ କ୍ୟାମ୍ପସ ବାହାରେ ତୀବ୍ର ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା। ଏହି ଆନ୍ଦୋଳନ ସମୟରେ ଉତ୍ତେଜନା ପ୍ରକାଶ ପାଇବାରୁ ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଇପ୍ସିତା ସାହୁ ଏବଂ ଅନ୍ୟ କିଛି ଛାତ୍ରୀ ନେତାଙ୍କୁ ସେଠାରୁ ଉଠାଇ ନେଇ ଥାନାକୁ ଆଣିଥିବା ସୂଚନା ମିଳିଛି ।

Related Articles

Back to top button