Breaking Newsନିର୍ବାଚନ
ଭୋଟ ଦେଉଛନ୍ତି ଛାତ୍ରଛାତ୍ରୀ । ସରଗରମ କଲେଜ କ୍ୟାମ୍ପସ

ଆଜି ଛାତ୍ର ସଂସଦ ନିର୍ବାଚନ । ୭ହଜାର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା । ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲକ୍ଷାଧିକ ଛାତ୍ରଛାତ୍ରୀ ସେମାନଙ୍କ ନେତା ଚୟନ କରିବେ । ଏଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବାଲଟ୍ ପେପର ଓ ବାକ୍ସ ପ୍ରସ୍ତୁତ ସରି ସରିଥିବା ବେଳେ ସମସ୍ତ କ୍ୟାମ୍ପସ୍ରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି । ଅପରାହ୍ନ ୨ଟାରେ ଭୋଟ ଗ୍ରହଣ ସରିବା କ୍ଷଣି ଭୋଟଗଣତି କରାଯାଇ ସନ୍ଧ୍ୟା ୫ଟା ସୁଦ୍ଧା ଫଳ ପ୍ରକାଶ କରିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।
ଏଥିସହ ସ୍ବତନ୍ତ୍ର ସୁରକ୍ଷା କର୍ମୀ ମଧ୍ୟ ନିୟୋଜିତ ରହିବେ, ଯେଉଁମାନେ କି ଅଣଛାତ୍ରଙ୍କ ପ୍ରବେଶ ଉପରେ ତୀକ୍ଷ୍ଣ ନଜର ରଖିବେ । କେବଳ ବୈଧ ପରିଚୟପତ୍ର ଥିବା ଛାତ୍ରଛାତ୍ରୀ କିମ୍ବା ବ୍ୟକ୍ତିବିଶେଷଙ୍କୁ ହିଁ କ୍ୟାମ୍ପସ୍ରେ ପ୍ରବେଶ ପାଇଁ ଅନୁମତି ମିଳିବ । ପ୍ରତି ଶ୍ରେଣୀ, ବିଭାଗ ପାଇଁ ଅଲଗା ଅଲଗା ବୁଥ୍ କରାଯିବ। ଭୋଟ ଗଣନା ଆରମ୍ଭ ପୂର୍ବରୁ ପ୍ରାର୍ଥୀଙ୍କ ଏଜେଣ୍ଟମାନେ ବୁଥରେ ଉପସ୍ଥିତ ରହିବେ ।




