
ମାତିଛନ୍ତି ମତୁଆଲା ଡ୍ରାଇଭର । ରାଜଧାନୀରେ ଖେଳାଉଛନ୍ତି ଚାଞ୍ଚଲ୍ୟ । ଅକାରଣରେ ନେଇଯାଉଛନ୍ତି ଜୀବନ । ରାଜଧାନୀ ଭୁବନେଶ୍ୱରରେ ପୁଣି ସିରିଜ୍ ଦୁର୍ଘଟଣା। ଦୁଇ ଦିନରେ ଦୁଇଟି ଦୁର୍ଘଟଣାକୁ ନେଇ ଚାଞ୍ଚଲ୍ୟ। ଗତକାଲି ରାତିରେ ଡମଣା ଅଞ୍ଚଳରେ ଦୁର୍ଘଟଣା ଘଟାଇ ଖସି ପଳାଉଥିବା ବେଳେ ଡ୍ରାଇଭରକୁ କାବୁ କଲେ ଉତ୍ତ୍ୟକ୍ତ ଲୋକେ। ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଡ୍ରାଇଭରଙ୍କୁ ମାଡ଼ ମରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।
ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ। ଦୁର୍ଘଟଣା ଘଟାଇଥିବା କାର୍ ଡ୍ରାଇଭରକୁ ନିଜ ହେପାଜତକୁ ନେଇଛି ପୋଲିସ। ଅନ୍ୟପଟେ ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଉଭୟ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଯାଇଛି। ର୍ଘଟଣା ଘଟାଇଥିବା ଡ୍ରାଇଭର ନିଶାଶକ୍ତ ଥିଲା କି ନାହିଁ, ତଦନ୍ତ କରୁଛି ପୋଲିସ।




