Uncategorized

IPL-୨୦୨୭ ପୂର୍ବରୁ ପଞ୍ଜାବ କିଙ୍ଗସକୁ ଝଟକା: ଦଳ ଛାଡ଼ିଲେ ୨ ଅଭିଜ୍ଞ ସପୋର୍ଟ ଷ୍ଟାଫ୍

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ର ଆଗାମୀ ସଂସ୍କରଣ ପୂର୍ବରୁ ପଞ୍ଜାବ କିଙ୍ଗସ (PBKS) ଫ୍ରାଞ୍ଚାଇଜିର ଚିନ୍ତା ବୃଦ୍ଧି ପାଇଛି। ଦଳର କୋଚିଂ ଷ୍ଟାଫ୍‌ରୁ ଦୁଇ ଜଣ ଅଭିଜ୍ଞ ସଦସ୍ୟ ଓହରି ଯାଇଛନ୍ତି। କ୍ରିକବଜ୍‌ର ରିପୋର୍ଟ ଅନୁଯାୟୀ, ଫିଲ୍ଡିଂ କୋଚ୍ ବ୍ରାଡ୍ ହାଡିନ୍ ଏବଂ ଦ୍ରୁତ ବୋଲିଂ କୋଚ୍ ଜେମ୍ସ ହୋପ୍ସ ଫ୍ରାଞ୍ଚାଇଜି ସହ ଆଗକୁ ନରହିବା ପାଇଁ ପରିଚାଳନା କମିଟିକୁ ସ୍ପଷ୍ଟ କରିଦେଇଛନ୍ତି, ଯାହା ଫଳରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଏହି ଦଳ ପାଇଁ ନୂଆ ପ୍ରଶିକ୍ଷକ ଖୋଜିବା ନିହାତି ଜରୁରୀ ହୋଇପଡ଼ିଛି। ଉଭୟ ହାଡିନ୍ ଓ ହୋପ୍ସ ନିଜ ନିଜ ପଦବୀରୁ ଇସ୍ତଫା ଦେବା ସମ୍ପର୍କରେ ନିକଟରେ ପଞ୍ଜାବ କିଙ୍ଗସ ପରିଚାଳନା ପକ୍ଷକୁ ଜଣାଇବା ପରେ ଫ୍ରାଞ୍ଚାଇଜି ସେମାନଙ୍କ ବିକଳ୍ପ ଖୋଜିବା ପ୍ରକ୍ରିୟା ଆରମ୍ଭ କରିଦେଇଛି। ଏହା ପୂର୍ବରୁ ଭାରତୀୟ ଦଳର ସ୍ପିନ୍ ବୋଲିଂ କୋଚ୍ ସାଇରାଜ ବାହୁତୁଲେ ମଧ୍ୟ ସୁନୀଲ ଜୋଶୀଙ୍କ ସ୍ଥାନରେ ଦଳ ସହ ଯୋଡ଼ିହେବା ପରେ ଗତ IPL ଶେଷରେ ପଞ୍ଜାବ କିଙ୍ଗସ ଛାଡ଼ିଥିଲେ। ବର୍ତ୍ତମାନ ଏକାସଙ୍ଗେ ତିନି ଜଣ କୋଚିଂ ଷ୍ଟାଫ୍‌ ଦଳରୁ ବିଦାୟ ନେବା ଫଳରେ ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂଙ୍କ ପାଇଁ ସମସ୍ୟା ବଢ଼ିଯାଇଛି ଏବଂ ଆଗାମୀ ନିଲାମ ପୂର୍ବରୁ ତାଙ୍କୁ ସମ୍ପୂର୍ଣ୍ଣ ସପୋର୍ଟ ଷ୍ଟାଫ୍‌ ଟିମ୍‌କୁ ପୁନର୍ଗଠନ କରିବାକୁ ପଡ଼ିବ।

Related Articles

Back to top button