Breaking Newsଓଡ଼ିଶା

କାଲି ଓଡ଼ିଶା ବନ୍ଦ, କ’ଣ ଖୋଲା, କ’ଣ ବନ୍ଦ |

ଆସନ୍ତା କାଲି ଓଡ଼ିଶା ବନ୍ଦ । ଏହି ବନ୍ଦ ଡ଼ାକରା ଦେଇଛି କଂଗ୍ରେସ । ଆଉ ଏହାକୁ ସମର୍ଥନ କରୁଛି ବିଜେଡ଼ି । ତେଣୁ ଏହି ବନ୍ଦର ପ୍ରଭାବ ସାଧାରଣରେ ପଡ଼ିବ ବୋଲି ଅନୁମାନ କରାଯାଉଛି । କିସ୍ତୁ ଯେତେବେଳେ ଓଡ଼ିଶା ବନ୍ଦ ଡ଼ାକରାର କଥା କଣ ଖୋଲା ରହିବ , କଣ ବନ୍ଦ ରହିବ ? ଏହି କଥା ସମସ୍ତଙ୍କ ମନରେ ଉଠେ ।

କ’ଣ ବନ୍ଦ

ଦୋକାନ, ବଜାର ଓ ବାଣିଜ୍ୟିକ ପ୍ରତିଷ୍ଠାନ
ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ
ପେଟ୍ରୋଲ ପମ୍ପ ,
ରେଳ ଚଳାଚଳ, ବସ୍, ଟ୍ରକ୍ ଓ ଅନ୍ୟାନ୍ୟ ଗାଡ଼ି ବନ୍ଦ ରହିବ

କ’ଣ ଖୋଲା

କ୍ଷୀର ଯୋଗାଣ
ହସ୍ପିଟାଲ , ଜରୁରୀକଳୀନ ସେବା ଯେମିତି କି
ଆମ୍ବୁଲାନ୍ସ ସେବା , ଅଗ୍ନିବାହିନୀ ସେବା ପ୍ରଭାବିତ ହେବନି
ମେଡ଼ିସିନ୍ ଦୋକାନ ବି ଖୋଲା ରହିବ
ଏହା ବ୍ୟତୀତ ଛାତ୍ରଛାତ୍ରୀଙ୍କ ପରୀକ୍ଷାରେ ମଧ୍ୟ ପ୍ରଭାବ ପଡ଼ିବନି

ଏହି ବନ୍ଦକୁ ୯ଟି ଦଳ ସମର୍ଥନ କରିଛି । ଏହାକୁ ସଫଳ କରିବା ପାଇଁ ଆଜି ପଦଯାତ୍ରା କରାଯାଇଛି । ତେବେ ଏହା କେତେ ସଫଳ ହେଉଛି । ଏହାର ପ୍ରଭାବ କେତେଦୂର ପଡ଼ୁଛି , ତାହା ଆସନ୍ତାକାଲି ଜଣାପଡ଼ିବ ।

Related Articles

Back to top button