ଜାତୀୟ

ଆଶ୍ରମ ବିବାଦରେ ବିରାଟଙ୍କ ନାଁ, ୫ କୋଟି ଦାବିକୁ ଖଣ୍ଡନ

ପ୍ରେମାନନ୍ଦ ମହାରାଜଙ୍କ ପରମ ଭକ୍ତ ବିରାଟ କୋହଲି। ସେ ସବୁବେଳେ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ଧାଇଁ ଆସନ୍ତି। ସାଙ୍ଗରେ ଆସନ୍ତି ପତ୍ନୀ ଅନୁଷ୍କା ଶର୍ମା | ହେଲେ ଏବେ ବିବାଦ ଭିତରେ ଛନ୍ଦି ହୋଇଯାଇଛନ୍ତି । ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ୫ କୋଟି ଟଙ୍କା ନେଇ ବିରାଟ କୋହଲି ଆସିଥିଲେ ବୋଲି ଅଭିଯୋଗ ହେଇଛି । ଫଳାହାରୀ ମହାରାଜ ଦିନେଶ ଶର୍ମା ଏହି ଅଭିଯୋଗ କରିଛନ୍ତି ।

ଫଳାହାରୀ ମହାରାଜଙ୍କ ଏହି ଦାବିର ଜବାବ ବିରାଟ କୋହଲିଙ୍କ ଦଳ ଦେଇଛି। ବିରାଟ କୋହଲିଙ୍କ ମୁଖପାତ୍ରଙ୍କ ପକ୍ଷରୁ ଏକ ସରକାରୀ ବିବୃତ୍ତିରେ କୁହାଯାଇଛି, ଆମେ ସ୍ପଷ୍ଟ ଭାବରେ କହିବାକୁ ଚାହୁଁଛୁ ଯେ ବିରାଟ କୋହଲିଙ୍କ ସମ୍ପର୍କରେ କରିଥିବା ଦାବି ସମ୍ପୂର୍ଣ୍ଣ ମିଥ୍ୟା, ଭିତ୍ତିହୀନ ଏବଂ ତଥ୍ୟଗତ ଭାବରେ ଭୁଲ। ପ୍ରେମାନନ୍ଦ ମହାରାଜଙ୍କ ପ୍ରତି ତାଙ୍କର ଗଭୀର ବିଶ୍ୱାସ ଏବଂ ଭକ୍ତି ହେତୁ ବିରାଟ କୋହଲି ତାଙ୍କୁ ଭେଟିଛନ୍ତି।”

ଆମେ ଏହି ଦାବିଗୁଡ଼ିକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରୁଛୁ ଏବଂ ଏପରି ବିବୃତ୍ତି ରିପୋର୍ଟ କରିବା କିମ୍ବା ପ୍ରଚାର କରିବା ପୂର୍ବରୁ ଗଣମାଧ୍ୟମକୁ ଯତ୍ନବାନ ହେବା, ତଥ୍ୟ ଯାଞ୍ଚ କରିବା ଏବଂ ଦାୟିତ୍ୱପୂର୍ଣ୍ଣ ଭାବରେ ରିପୋର୍ଟ କରିବାକୁ ଅନୁରୋଧ କରିଛନ୍ତି | ଶିଷ୍ୟ ରସିକ ଦୁଲାରୀଙ୍କ ସନ୍ଦେହଜନକ ମୃତ୍ୟୁ ପରେ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ବିବାଦରେ ଫସିଯାଇଛି।

Related Articles

Back to top button