Uncategorized

କୋଟିପତି R&B ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଭିଜିଲାନ୍ସ ଡିଭିଜନ ଦ୍ୱାରା ବେତନଟୀ R&B ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତି ଗିରଫ ହୋଇଛନ୍ତି। ଗତକାଲି ମୟୂରଭଞ୍ଜ, ବାଲେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟରଙ୍କ ସମେତ ଭିଜିଲାନ୍ସ ଟିମ୍ ଏକାସାଙ୍ଗରେ ବିଶାଳ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ତାଙ୍କ ନିକଟରୁ ୬୯ ଲକ୍ଷରୁ ଅଧିକ ନଗଦ ଟଙ୍କା, ୩୦୦ ଗ୍ରାମ ସୁନା ଗହଣା, ୨୩ରୁ ଅଧିକ ପ୍ଲଟ, ଦୁଇଟି ସୁଉଚ୍ଚ କୋଠା ଏବଂ ୫ ଏକର ଜାଗାରେ ନିର୍ମିତ ଏକ ଫାର୍ମ ହାଉସ ଆଦି ବିପୁଳ ସମ୍ପତ୍ତି ଠାବ କରାଯାଇଛି।

Related Articles

Back to top button