Uncategorized

ନିର୍ବାଚନ ପାଇଁ କ୍ୟାମ୍ପସରେ ସୁରକ୍ଷା କଡ଼ାକଡ଼ି: ଅଣଛାତ୍ରଙ୍କ ଉପରେ ରହିବ ପୁଲିସର କଡ଼ା ନଜର

ଭୁବନେଶ୍ବର: ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କ୍ୟାମ୍ପସଗୁଡ଼ିକରେ ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ରୋକିବା ପାଇଁ ସବୁ ଜିଲ୍ଲାର ଏସପି (SP) ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଡିଜିପି ବିନୟ ତୋଷ ପ୍ରତିକ୍ରିୟା ରଖିଛନ୍ତି। ନିର୍ବାଚନ ସମୟରେ ଅଣଛାତ୍ର ବା ବାହାର ଲୋକଙ୍କ ଅନୁପ୍ରବେଶ ଯୋଗୁଁ କ୍ୟାମ୍ପସ ଅଶାନ୍ତ ହେବାର ସମ୍ଭାବନା ଥିବାରୁ, ଅଣଛାତ୍ରଙ୍କ ଗତିବିଧି ଉପରେ କଡ଼ା ନଜର ରଖିବାକୁ ବିଶେଷ ଭାବେ ସୂଚନା ଦିଆଯାଇଛି। ଏହାସହ ସମସ୍ତ ବିଦ୍ୟାର୍ଥୀଙ୍କୁ ଶାନ୍ତିପୂର୍ଣ୍ଣ ଆବହାୱା ବଜାୟ ରଖିବାକୁ ଡିଜିପି ଅପିଲ କରିଛନ୍ତି।

Related Articles

Back to top button