Breaking Newsଓଡ଼ିଶା

ହବିଷ୍ୟାଳୀଙ୍କ ପାଇଁ ବଡ଼ ଖବର । ମିଳିବ ମାଗଣା ରହଣୀ ଓ ମହାପ୍ରସାଦ

କାର୍ତ୍ତିକ ବ୍ରତଧାରୀଙ୍କ ପାଇଁ ବଡ଼ ଖବର । ଅକ୍ଟୋବର ୬ରୁ ଆରମ୍ଭ ହବିଷ୍ୟାଳୀ ଯୋଜନାର ଅନଲାଇନ୍ ଆବେଦନ। ଅକ୍ଟୋବର ୨୬ରୁ ନଭେମ୍ବର ୨୪ ପର୍ଯ୍ୟନ୍ତ ହେବ କାର୍ତ୍ତିକ ବ୍ରତ। ଏଣୁ ଆଗାମୀ ୬ ତାରିଖ ସକାଳ ୧୦ଟାରୁ ଧାର୍ଯ୍ୟ ୨୫୦୦ ଆସନ ପୂରଣ ହେବା ପର୍ଯ୍ୟନ୍ତ ଚାଲିବ ଅନଲାଇନ୍ ଆବେଦନ। ବୃନ୍ଦାବତୀ ନିବାସ, ପୌର କଲ୍ୟାଣ ମଣ୍ଡପ ଓ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ।

ଏହି ୩ଟି ସ୍ଥାନରେ ୨୫୦୦ ହବିଷ୍ୟାଳୀଙ୍କ ପାଇଁ ମାଗଣା ରହଣୀ, ସ୍ୱତନ୍ତ୍ର ଶ୍ରୀମନ୍ଦିର ଦର୍ଶନ ଓ ମାଗଣା ମହାପ୍ରସାଦର ବ୍ୟବସ୍ଥା ରହିବ। ୩୦ଟି ଜିଲ୍ଲାରୁ ଆବେଦନ କରିପାରିବେ ଯୋଗ୍ୟ ମହିଳା। ୭୦ ବର୍ଷ ପର୍ଯ୍ୟନ୍ତ ବିଧବା ଏବଂ ୫୦ରୁ ୭୦ ବର୍ଷର ବିବାହିତ ମହିଳା ଆବେଦନ କରିପାରିବେ। ଯୋଗ୍ୟ ମହିଳାମାନେ edistrict.odisha.gov.in ମାଧ୍ୟମରେ ଆବେଦନ କରିପାରିବେ। ଏଥର ନୂଆ ଆବେଦନକାରୀଙ୍କୁ ମିଳିବ ପ୍ରାଧାନ୍ୟ।

Related Articles

Back to top button