Uncategorized

ଏସୀୟ କ୍ରୀଡ଼ା ହକି: ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ

ନୂଆଦିଲ୍ଲୀ: ୨୦୨୬ ଏସୀୟ କ୍ରୀଡ଼ା ପୁରୁଷ ହକିର ଅତି ରୋମାଞ୍ଚକର ସେମିଫାଇନାଲ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪-୩ ଗୋଲ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଭାରତ। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କଡ଼ା ଟକ୍କର ଚାଲିଥିବା ଏହି ମ୍ୟାଚ୍‌ର ୫୯ ମିନିଟ୍ ପର୍ଯ୍ୟନ୍ତ ସ୍କୋର୍ ୩-୩ ବରାବର ଥିଲା। ତେବେ ଖେଳର ଅନ୍ତିମ ୬୦ତମ ମିନିଟ୍‌ରେ ଅଭିଷେକ ଏକ ନିର୍ଣ୍ଣାୟକ ଗୋଲ୍ ଦେଇ ଭାରତକୁ ଏକ ସାନ୍ଦାର ବିଜୟ ଭେଟି ଦେଇଥିଲେ। ମ୍ୟାଚ୍ ଆରମ୍ଭରୁ ଭାରତୀୟ ଦଳ ଆକ୍ରାମକ ପ୍ରଦର୍ଶନ କରିଥିଲା। ପ୍ରଥମ କ୍ୱାର୍ଟରର ପ୍ରଥମ ୧୫ ମିନିଟ୍ ମଧ୍ୟରେ ଟିମ୍ ଇଣ୍ଡିଆ ୨-୦ରେ ଅଗ୍ରଣୀ ହାସଲ କରିଥିଲା। ଅଧିନାୟକ ହରମନପ୍ରୀତ ସିଂହ ୫ମ ମିନିଟ୍‌ରେ ପ୍ରଥମ ଗୋଲ୍ କରିଥିବା ବେଳେ ୧୩ତମ ମିନିଟ୍‌ରେ ଦ୍ୱିତୀୟ ଗୋଲ୍ ଦେଇ ଦଳକୁ ଆଗୁଆ କରିଥିଲେ। ଏହାପରେ ପାକିସ୍ତାନ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରିଥିଲା। ଦ୍ୱିତୀୟ କ୍ୱାର୍ଟରରେ ଉଭୟ ଦଳ ୧-୧ ଗୋଲ୍ ସ୍କୋର କରିଥିଲେ। ମ୍ୟାଚ୍‌ର ୨୩ତମ ମିନିଟ୍‌ରେ ଭାରତ ପକ୍ଷରୁ ସୁଖଜିତ ସିଂହ ଗୋଲ୍ କରିଥିବା ବେଳେ ୩୦ତମ ମିନିଟ୍‌‌ରେ ପାକିସ୍ତାନ ନିଜର ପ୍ରଥମ ଗୋଲ୍ ପରିଶୋଧ କରିଥିଲା। ପ୍ରଥମ ଦୁଇଟି କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୩-୧ ଗୋଲ୍‌ରେ ଆଗୁଆ ରହିଥିଲା।

Related Articles

Back to top button