
ଭୁବନେଶ୍ୱରରେ ଗ୍ୟାସ ସିଲିଣ୍ଡର ଭର୍ତ୍ତି ଦୁଇଟି ଗାଡ଼ିକୁ ଜବତ କରିଛି ଯୋଗାଣ ବିଭାଗ। ଯାଞ୍ଚ ସମୟରେ ଏହି ଦୁଇଟି ଗାଡ଼ିକୁ ଜବତ କରାଯାଇଥିବା ବେଳେ, ବର୍ତ୍ତମାନ ଗାଡ଼ି ଦୁଇଟି ପାହାଳ ଥାନାରେ ରହିଛି।ସୂଚନା ଅନୁସାରେ, ଯୋଗାଣ ବିଭାଗର ଅଧିକାରୀମାନେ ଯାଞ୍ଚ କରୁଥିବା ସମୟରେ ଗ୍ୟାସ ସିଲିଣ୍ଡର ଭର୍ତ୍ତି ଦୁଇଟି ଗାଡ଼ିକୁ ଅଟକାଇଥିଲେ। ଯାଞ୍ଚ ପରେ ଉଭୟ ଗାଡ଼ିକୁ ଜବତ କରାଯାଇଛି।
ଜବତ ହୋଇଥିବା ଦୁଇଟି ଗାଡ଼ିକୁ ପାହାଳ ଥାନାକୁ ନିଆଯାଇଛି। ଘଟଣାକୁ ନେଇ ଯୋଗାଣ ବିଭାଗ ପକ୍ଷରୁ ଅଧିକ ଯାଞ୍ଚ ଓ ତଦନ୍ତ ଜାରି ରହିଛି।ତେବେ ଗାଡ଼ି ଦୁଇଟିରେ କେତେ ସିଲିଣ୍ଡର ଥିଲା, ଏବଂ କେଉଁ କାରଣରୁ ଗାଡ଼ି ଦୁଇଟିକୁ ଜବତ କରାଗଲା, ସେନେଇ ଯୋଗାଣ ବିଭାଗର ଯାଞ୍ଚ ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।




