
ଭୁବନେଶ୍ୱର, ଚଳିତ ସେପ୍ଟେମ୍ବର ମାସରେ ସୁନା ଦର ସମୁଦାୟ ୮,୦୦୦ ଟଙ୍କା ଏବଂ ରୁପା ଦର ୧୪,୦୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଛି। ଅଗଷ୍ଟ ୩୧ ତାରିଖରେ, ୧୦ ଗ୍ରାମ ସୁନା ମୂଲ୍ୟ ୧.୫୬ ଲକ୍ଷ ଟଙ୍କା ଥିବାବେଳେ ବର୍ତ୍ତମାନ, ଏହା ୧.୪୮ ଲକ୍ଷ ଟଙ୍କାକୁ ଖସିଛି। ସେହିପରି ୧ କିଲୋଗ୍ରାମ ରୁପା ମୂଲ୍ୟ ୨.୩୭ ଲକ୍ଷ ଟଙ୍କାରୁ କମି ୨.୨୩ ଲକ୍ଷ ଟଙ୍କାରେ, ପହଞ୍ଚିଛି।ରିପୋର୍ଟ ଅନୁସାରେ, ମଜବୁତ ଡଲାର ଏବଂ ଆମେରିକୀୟ ଫେଡେରାଲ୍ ରିଜର୍ଭ, ଦ୍ୱାରା, ୩ ବର୍ଷରେ ପ୍ରଥମ ଥର ପାଇଁ, ସୁଧ ହାର ୨୫ ବେସିସ୍ ପଏଣ୍ଟ ବୃଦ୍ଧି କରାଯିବା କାରଣରୁ ସୁନା ଉପରେ, ଚାପ ସୃଷ୍ଟି ହୋଇଛି।ସୁଧ ହାର ବୃଦ୍ଧି ପାଇବା ଯୋଗୁଁ ନିବେଶକମାନେ ସୁନା ବଦଳରେ, ସରକାରୀ ବଣ୍ଡ୍ ଏବଂ ବ୍ୟାଙ୍କ ଫିକ୍ସଡ୍ ଡିପୋଜିଟ୍ କୁ ଅଧିକ ସୁରକ୍ଷିତ, ମନେ କରୁଛନ୍ତି। ଏହା ବ୍ୟତୀତ, ଆମେରିକା-ଇରାନ ମଧ୍ୟରେ ବଢ଼ୁଥିବା ଭୌଗୋଳିକ ରାଜନୈତିକ ଉତ୍ତେଜନା କାରଣରୁ, ବ୍ରେଣ୍ଟ କ୍ରୁଡ୍ ତେଲ ଦର ମଧ୍ୟ ୪% ବୃଦ୍ଧି ପାଇ ୧୦୮.୫୩ ଡଲାର ପ୍ରତି ବ୍ୟାରେଲ୍ରେ ପହଞ୍ଚିଛି।ଦେଶରେ ସୁନା ଏବଂ ରୁପା ଦରରେ, ଏକ ବଡ଼ଧରଣର ହ୍ରାସ ଦେଖିବାକୁ ମିଳିଛି। ଇଣ୍ଡିଆ ବୁଲିୟନ୍ ଆଣ୍ଡ ଜୁଏଲର୍ ଆସୋସିଏସନ୍ ର ତଥ୍ୟ ଅନୁଯାୟୀ, ସୋମବାର ଦିନ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦରରେ ୪,୧୩୩ ଟଙ୍କାର ହ୍ରାସ ଘଟି ଏହା ୧.୪୮ ଲକ୍ଷ ଟଙ୍କା ସ୍ତରକୁ, ଖସିଆସିଛି। ସେହିପରି ରୁପା ମୂଲ୍ୟରେ, ମଧ୍ୟ ହ୍ରାସ ଘଟି କିଲୋଗ୍ରାମ ପ୍ରତି, ୯,୨୯୭ ଟଙ୍କା କମି, ଏହା ୨.୨୩ ଲକ୍ଷ ଟଙ୍କାରେ ପହଞ୍ଚିଛି।




