ଅନ୍ୟାନ୍ୟପାଣିପାଗ

୧୯ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର ,ଆଜି ଓ ଆସନ୍ତାକାଲି ପାଇଁ ବିଭିନ୍ନ ଜିଲ୍ଲାକୁ ଭୀଷଣ ବର୍ଷା ନେଇ,ରେଡ୍ ୱାର୍ଣ୍ଣିଂ ଦିଆଯାଇଛି।

ଆସନ୍ତାକାଲି ପାଇଁ ୩ ଜିଲ୍ଲା ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଓ ୮ ଜିଲ୍ଲାକୁ, ଜାରି ହୋଇଛି ଅରେଞ୍ଜ ସତର୍କତା।

ବାକି ୧୯ ଜିଲ୍ଲାକୁ ପାଣିପାଗ ବିଭାଗ, ୟେଲୋ ୱାର୍ଣ୍ଣିଂ ଦେଇଛି।ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଉପକୂଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର।

ଏହା ଆଗାମୀ ୪୮ ଘଣ୍ଟା ଯାଏଁ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ,ଗତିକରି ଉତ୍ତର ଓଡିଶା-ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଦେଇ ଗତି କରିବ।

ଏହାର ପ୍ରଭାବରେ ସାରା ରାଜ୍ୟକୁ, ଝଡ଼ବର୍ଷା ଆଲର୍ଟ ଜାରି ହୋଇଛି।

ବିଶେଷ କରି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଚେତାବନୀ, ଜାରି କରିଛି ପାଣିପାଗ ବିଭାଗ।

Related Articles

Back to top button