ଅନ୍ୟାନ୍ୟରାଜନୀତି

ବିଶ୍ୱ ନେତାଙ୍କୁ ସ୍ୱାଗତ କଲେ ମୋଦୀ

ଭୁବନେଶ୍ୱର ,ନୂଆଦିଲ୍ଲୀରେ ଆରମ୍ଭ ହୋଇଛି, ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ।ଭାରତ ମଣ୍ଡପମରେ ଆୟୋଜିତ ଏହି ଶିଖର ସମ୍ମିଳନୀରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ନେତାମାନଙ୍କୁ, ସ୍ୱାଗତ କରିଛନ୍ତି।ଶିଖର ସମ୍ମିଳନୀ ଅବସରରେ, ମୋଦୀ ଏକାଧିକ ବିଦେଶୀ ନେତାଙ୍କ ସହ, ପୃଥକ ଦ୍ୱିପାକ୍ଷିକ ବୈଠକ କରିବେ। ବିଶେଷକରି ପୁଟିନ, ସି ଜିନପିଙ୍ଗ ଓ ପେଜେଶକିୟାନଙ୍କ ସହ ତାଙ୍କ ଆଲୋଚନା ଉପରେ ଅନ୍ତର୍ଜାତୀୟ ମହଲର, ନଜର ରହିଛି।ଦୁଇଦିନିଆ ଏହି ଗୁରୁତ୍ୱପୂର୍ଣ୍ଣ ସମାବେଶ ପାଇଁ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍ ରାମାଫୋସା ଏବଂ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତାହ ଏଲ୍-ସିସିଙ୍କ ସମେତ, ଅନେକ ନେତା ନୂଆଦିଲ୍ଲୀରେ ପହଞ୍ଚିଛନ୍ତି।ପ୍ରାୟ ସାତ ବର୍ଷ ପରେ ସି ଜିନପିଙ୍ଗଙ୍କ ଭାରତ ଗସ୍ତ ହୋଇଥିବାରୁ, ଏହାକୁ ବିଶେଷ ଗୁରୁତ୍ୱ, ଦିଆଯାଉଛି। ଭାରତ-ଚୀନ ସମ୍ପର୍କ, ସୀମା ପ୍ରସଙ୍ଗ ଓ ଦ୍ୱିପାକ୍ଷିକ ସହଯୋଗ ନେଇ ଦୁଇ ନେତାଙ୍କ ମଧ୍ୟରେ, ଆଲୋଚନା ହେବାର ଆଶା ରହିଛି।

Related Articles

Back to top button