Uncategorized

ଭୂସ୍ଖଳନ ଯୋଗୁଁ ରେଳ ସେବା ବାଧାପ୍ରାପ୍ତ: ଏକାଧିକ ଟ୍ରେନ୍ ବାତିଲ

ଭୁବନେଶ୍ୱର: ପ୍ରବଳ ବର୍ଷା ଓ ଭୂସ୍ଖଳନ କାରଣରୁ ପୂର୍ବତଟ ରେଳପଥ ପକ୍ଷରୁ ଏକାଧିକ ଟ୍ରେନ୍‌କୁ ବାତିଲ କରାଯିବା ସହ କେତେକ ଟ୍ରେନ୍‌ର ରୁଟ୍ ପରିବର୍ତ୍ତନ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ କିରଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର, କିରଣ୍ଡୁଲ-ବିଶାଖାପାଟଣା ଏକ୍ସପ୍ରେସ ଏବଂ ଜଗଦଲପୁର-ରାଉରକେଲା ଏକ୍ସପ୍ରେସକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି। ଏଥିସହିତ, ଜଗଦଲପୁର-ହାୱଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ଏବଂ ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ଜଗଦଲପୁର ବଦଳରେ କୋରାପୁଟରୁ ଯାତ୍ରା ଆରମ୍ଭ କରିବ। ଆଜି କୋରାପୁଟଠାରୁ ଜଗଦଲପୁର ମଧ୍ୟରେ ରେଳ ସେବା ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ରେଳ ବିଭାଗ ସ୍ପଷ୍ଟ କରିଛି। ଲଗାଣ ବର୍ଷା ଯୋଗୁଁ ପାହାଡ଼ିଆ ଅଞ୍ଚଳ ଦେଇ ଯାଇଥିବା ରେଳ ଲାଇନ୍, ଟନେଲ୍ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଆହୁରି ଭୂସ୍ଖଳନ ଘଟିବାର ଆଶଙ୍କା ଥିବାରୁ ଏହି ପଦକ୍ଷେପ ନିଆଯାଇଛି।

Related Articles

Back to top button