ଓଡ଼ିଶାରାଜନୀତି

ମୁହଁ ଖୋଲିଲେ ନଵୀନ: CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ

SIRକୁ ନେଇ ରାଜନୈତିକ ତର୍କ ମଧ୍ୟରେ ଏବେ ସିଧାସଳଖ ନିର୍ବାଚନ କମିଶନଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି ନବୀନ ପଟ୍ଟନାୟକ।ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିବା ସହ SIR ପ୍ରକ୍ରିୟାର ପୁନଃସମୀକ୍ଷା ପାଇଁ ନବୀନ ଦାବି ରଖିଛନ୍ତି।SIR ବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ପୁନଃସମୀକ୍ଷା ଆବଶ୍ୟକ ବୋଲି ନବୀନ କହିଛନ୍ତି। କେବଳ SIR ନୁହେଁ, MMDR ବିଲ୍‌କୁ ନେଇ ମଧ୍ୟ ମୁହଁ ଖୋଲିଛନ୍ତି ବିରୋଧୀ ଦଳ ନେତା।

MMDR ସଂଶୋଧନକୁ ବିଜେଡି ବିରୋଧ କରୁଥିବା ବେଳେ ବିଲ୍‌ର ପୁନଃସମୀକ୍ଷା ଏବଂ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ନବୀନ।ଏହି ବିଲ୍ ଲାଗୁ ହେଲେ ଓଡ଼ିଶାର ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର ଏବଂ ରାଜସ୍ୱ ପ୍ରଭାବିତ ହୋଇପାରେ।ଏହାସହ ସଂସଦରେ ଓଡ଼ିଶାର ୨୦ ଜଣ ବିଜେପି ସାଂସଦ ବିଲ୍‌କୁ ସମର୍ଥନ କରିଥିବା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ନବୀନ।ତେବେ SIR ପ୍ରକ୍ରିୟାକୁ ନେଇ CECଙ୍କ ଇସ୍ତଫା ଦାବି ଏବଂ MMDR ବିଲ୍‌କୁ ନେଇ ବିଜେଡିର ବିରୋଧ | ଉଭୟ ପ୍ରସଙ୍ଗରେ ନବୀନଙ୍କ ମତ ପରେ ରାଜ୍ୟ ରାଜନୀତିରେ ତର୍କ ତେଜ ହେବାର ସମ୍ଭାବନା ରହିଛି।

Related Articles

Back to top button