
ଆବାସ ହିତାଧିକାରୀଙ୍କ ପାଇଁ ଖୁସି ଖବର!ରାଜ୍ୟରେ ପକ୍କା ଘର ପାଇବାକୁ ଯାଉଛନ୍ତି ଲକ୍ଷ ଲକ୍ଷ ହିତାଧିକାରୀ।ଆବାସ ଯୋଜନାରେ ମୋଟ ୩୮ ଲକ୍ଷ ୮୯ ହଜାର ୨୩୪ ଜଣ ହିତାଧିକାରୀଙ୍କର ସର୍ଭେ କରାଯାଇଥିଲା।ସର୍ଭେ ପରେ ସେଥିମଧ୍ୟରୁ ୨୮ ଲକ୍ଷ ୪୨ ହଜାର ହିତାଧିକାରୀ ପକ୍କା ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।ଏହି ହିତାଧିକାରୀମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିଥିବା ନେଇ ସୂଚନା ଦିଆଯାଇଛି।
ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ସୂଚନା ଦେଇଛନ୍ତି।ଅର୍ଥାତ୍, ସର୍ଭେରେ ଯୋଗ୍ୟ ବିବେଚିତ ହୋଇଥିବା ୨୮ ଲକ୍ଷ ୪୨ ହଜାର ପରିବାରଙ୍କ ପକ୍କା ଘରର ସ୍ୱପ୍ନ ପୂରଣ ହେବାକୁ ଯାଉଛି।ଏବେ ହିତାଧିକାରୀଙ୍କ ମଧ୍ୟରେ ଘର ମିଳିବା ନେଇ ଆଶା ବଢ଼ିଛି।




