Uncategorized

ଝାଡ଼ଖଣ୍ଡରେ ପ୍ରଥମ ରୁବେଲା ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ରୁବେଲା (ଜର୍ମାନ ମିଳିମିଳା) ଭାଇରସ୍‌ର ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଉଠିଛି। ଏହି ଚଳିତ ଋତୁରେ ଏହା ରାଜ୍ୟର ପ୍ରଥମ ସଂକ୍ରମଣ ମାମଲା। ସିମଡେଗା ଜିଲ୍ଲା ଠେଠଇଟାଙ୍ଗାର ବ୍ଲକର ଜଣେ ୧୦ ବର୍ଷୀୟା ଝିଅଠାରେ ଏହି ରୁବେଲା ଭାଇରସ୍ ଚିହ୍ନଟ ହୋଇଛି। ରିପୋର୍ଟ ପଜିଟିଭ୍ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ନିରୀକ୍ଷଣ କଡ଼ାକଡ଼ି କରାଯିବା ସହ ଟୀକାକରଣ ପ୍ରକ୍ରିୟାକୁ ଆହୁରି ତୀବ୍ର କରାଯାଇଛି। ରୁବେଲା ହେଉଛି ଏକ ସଂକ୍ରାମକ ଭାଇରସ ଜନିତ ରୋଗ, ଯାହା ସାଧାରଣତଃ ‘ଜର୍ମାନ ମିଳିମିଳା’ ଭାବେ ଜଣାଶୁଣା। ତେବେ ଏହା ସାଧାରଣ ମିଳିମିଳା ସୃଷ୍ଟି କରୁଥିବା ଭାଇରସ୍‌ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଅଧିକାଂଶ ପିଲା ଏବଂ ବୟସ୍କଙ୍କ କ୍ଷେତ୍ରରେ ଏହି ସଂକ୍ରମଣର ପ୍ରଭାବ ହାଲୁକା ରହିଥାଏ, କିନ୍ତୁ ଗର୍ଭବତୀ ମହିଳାଙ୍କ ପାଇଁ ରୁବେଲା ଆକ୍ରାନ୍ତ ହେବା ଅତ୍ୟନ୍ତ ଗୁରୁତର ବିପଦ ସୃଷ୍ଟି କରିପାରେ।

Related Articles

Back to top button