
ମହାପ୍ରଭୁଙ୍କ ପ୍ରତି ନିଷ୍ଠାର ସହ କାର୍ଯ୍ୟ କରୁଛୁ ବୋଲି କହିଛନ୍ତି ପୃଥ୍ୱୀରାଜ । ପୁରୀ ଶ୍ରୀମନ୍ଦିର ଦେଶର ସର୍ବଶ୍ରେଷ୍ଠ ତୀର୍ଥସ୍ଥାନ ହେଉ, ଏହା ସରକାରଙ୍କ ନିରନ୍ତର ପ୍ରଚେଷ୍ଟା । କିଛି କୁଚକ୍ରୀ ଲୋକ ଶ୍ରୀମନ୍ଦିରକୁ ନେଇ ଅପପ୍ରଚାର କରୁଛନ୍ତି । ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ମନ୍ତବ୍ୟକୁ ମଧ୍ୟ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଏହାସହ ଯଦି କେହି ତାଙ୍କ କିମ୍ବା ତାଙ୍କ ପରିବାର ନାଁରେ ମହାପ୍ରଭୁଙ୍କ ଜମି ଥିବା ପ୍ରମାଣ କରନ୍ତି, ତେବେ ରାଜନୀତିରୁ ସନ୍ୟାସ ନେବେ ବୋଲି ଚ୍ୟାଲେଞ୍ଜ ଦେଇଛନ୍ତି । କୌଣସି ଭ୍ରଷ୍ଟାଚାରର ଅଭିଯୋଗ ପ୍ରମାଣିତ ହେଲେ ମଧ୍ୟ ରାଜନୀତି ଛାଡ଼ିବେ ବୋଲି କହିଛନ୍ତି ପୃଥ୍ୱୀରାଜ । ତେବେ ମିଥ୍ୟା ଅପପ୍ରଚାର କରାଗଲେ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି ଆଇନ ମନ୍ତ୍ରୀ ।




