Uncategorized
ଅରବିନ୍ଦ କେଜରିୱାଲ ଓ ତାଙ୍କ ପରିବାରକୁ ନିର୍ବାଚନ କମିଶନଙ୍କ ନୋଟିସ୍


ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଏଏପି) ସଂଯୋଜକ তথা ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ତାଙ୍କ ପରିବାରର ୫ ଜଣ ସଦସ୍ୟଙ୍କୁ ନୋଟିସ୍ ଜାରି କରିଛନ୍ତି ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ। SIR ପ୍ରକ୍ରିୟା ଅଧୀନରେ ଏହି ନୋଟିସ୍ ପଠାଯାଇଛି। ନୋଟିସ୍ ପାଇଥିବା ସଦସ୍ୟଙ୍କ ମଧ୍ୟରେ କେଜରିୱାଲଙ୍କ ପତ୍ନୀ ସୁନୀତା କେଜରିୱାଲ, ପୁଅ ପୁଲକିତ କେଜରିୱାଲ ଏବଂ ବାପା-ମା’ ଗୋବିନ୍ଦ ରାମ କେଜରିୱାଲ ଓ ଗୀତା ଦେବୀ ସାମିଲ ଅଛନ୍ତି। ସୂଚନାଯୋଗ୍ୟ, ଅରବିନ୍ଦ କେଜରିୱାଲ ନୂଆଦିଲ୍ଲୀ-୪୦ ବିଧାନସଭା ନିର୍ବାଚନମଣ୍ଡଳୀର ଜଣେ ପଞ୍ଜୀକୃତ ଭୋଟର। ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, କେଜି ମାର୍ଗର ପାର୍ଟ-୫୧ ଭୋଟର ତାଲିକାରେ ଥିବା ମୋଟ ୧୧୦ ଜଣ ଭୋଟରଙ୍କୁ ଏହି ନୋଟିସ୍ ଜାରି କରାଯାଇଛି।



