ଓଡ଼ିଶାରାଜନୀତି

ପୌର ନିର୍ବାଚନକୁ ନେଇ ବଡ଼ ଅପଡେଟ୍‌! ୨୪ ସୁଦ୍ଧା ସରିବା ସୀମା ନିର୍ଦ୍ଧାରଣ

କେବେ ହେବ ପୌର ନିର୍ବାଚନ ? ଆସିଲା ବଡ଼ ସୂଚନା | ପୌରପାଳିକା ଏବଂ ଏନ୍‌ଏସି ସାଧାରଣ ନିର୍ବାଚନ ପାଇଁ ସଂଶୋଧିତ ସମୟସୂଚୀ ଜାରି କରିଛନ୍ତି ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ।ସଂଶୋଧିତ ସୂଚୀ ଅନୁସାରେ, ୨୪ ସେପ୍ଟେମ୍ବର ୨୦୨୬ ସୁଦ୍ଧା ୱାର୍ଡ ସୀମା ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ସମ୍ପର୍କିତ ଡ୍ରାଫ୍ଟ ବିଜ୍ଞପ୍ତି ପ୍ରକାଶ କରାଯିବ। ଏହା ସହ ଆପତ୍ତି ଆହ୍ୱାନ କରାଯିବ। ୩ ଅକ୍ଟୋବର ରହିଛି ଆପତ୍ତି ଦାଖଲର ଶେଷ ତାରିଖ।

ଏହାପରେ ୭ ଅକ୍ଟୋବର ୨୦୨୬ରେ ପ୍ରୋଭିଜନାଲ ବିଜ୍ଞପ୍ତି ପ୍ରକାଶ ପାଇବ।ପ୍ରୋଭିଜନାଲ ବିଜ୍ଞପ୍ତିକୁ ନେଇ ଯଦି କୌଣସି ଆପତ୍ତି ଥାଏ, ତେବେ ୭ରୁ ୨୧ ଅକ୍ଟୋବର ମଧ୍ୟରେ ସରକାରଙ୍କ ନିକଟରେ ଅପିଲ କରାଯାଇପାରିବ।ତେବେ ସମସ୍ତ ଅପିଲ ୨୨ ଅକ୍ଟୋବର ସୁଦ୍ଧା ମ୍ୟୁନିସିପାଲ ଆଡମିନିଷ୍ଟ୍ରେସନ୍ ନିର୍ଦ୍ଦେଶକଙ୍କ ନିକଟରେ ପହଞ୍ଚିବା ଜରୁରୀ।ଏହାପରେ ୨୬ରୁ ୨୮ ଅକ୍ଟୋବର ମଧ୍ୟରେ ଅପିଲର ଶୁଣାଣି ଏବଂ ନିଷ୍ପତ୍ତି ନିଆଯିବ।

ଶେଷରେ, ୩୧ ଅକ୍ଟୋବର ୨୦୨୬ରେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ୱାର୍ଡ ସୀମା ଏବଂ ଆସନ ସଂରକ୍ଷଣ ସମ୍ପର୍କିତ ଚୂଡ଼ାନ୍ତ ବିଜ୍ଞପ୍ତି ଜାରି କରାଯିବ।ଅର୍ଥାତ୍, ଆସନ୍ତା ପୌର ନିର୍ବାଚନ ପୂର୍ବରୁ ୱାର୍ଡ ସୀମା ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ପ୍ରକ୍ରିୟାକୁ ନେଇ ପ୍ରଶାସନିକ ପ୍ରସ୍ତୁତି ଆଗକୁ ବଢ଼ିଛି।ତେବେ ଆପଣଙ୍କ ୱାର୍ଡର ସୀମା ଓ ଆସନ ସଂରକ୍ଷଣ କିପରି ରହିବ ଏହା ଉପରେ ଏବେ ସମସ୍ତଙ୍କ ନଜର।

Related Articles

Back to top button