ଓଡ଼ିଶାରାଜନୀତି

ଦୁଇ ବର୍ଷରେ ଶିଳ୍ପାୟନର ନୂଆ ଧାରା ! ନିବେଶ ସହ ନିଯୁକ୍ତି ସୃଷ୍ଟି ଉପରେ ସରକାରଙ୍କ ଫୋକସ୍

ଓଡ଼ିଶାରେ ଶିଳ୍ପାୟନକୁ ନେଇ ସରକାରଙ୍କ ବଡ଼ ଦାବି ।ଦୁଇ ବର୍ଷ ମଧ୍ୟରେ ରାଜ୍ୟର ଶିଳ୍ପ କ୍ଷେତ୍ରରେ ନୂଆ ଧାରା ସୃଷ୍ଟି ହୋଇଥିବା କହିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ।ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଛନ୍ତି, ରାଜ୍ୟକୁ ନିବେଶ ଆସୁଛି, ପ୍ରକଳ୍ପ ଆସୁଛି ଏବଂ ନିଯୁକ୍ତିର ନୂଆ ସୁଯୋଗ ସୃଷ୍ଟି ହେଉଛି ।ୟୁଏଇ ଗସ୍ତକୁ ନେଇ ମଧ୍ୟ ବଡ଼ ସଫଳତାର ଦାବି କରିଛନ୍ତି ମନ୍ତ୍ରୀ । ତିନିଦିନିଆ ଗସ୍ତ ସମୟରେ ପ୍ରାୟ ୧୬୦ ଜଣ ନିବେଶକ ଓ ଶିଳ୍ପପତିଙ୍କ ସହ ୫୨ଟି ବୈଠକ ହୋଇଥିବା ବେଳେ ୨୪ଟି ନିବେଶ ପ୍ରସ୍ତାବ ଆସିଥିବା କୁହାଯାଇଛି ।ଏହି ପ୍ରସ୍ତାବ ମାଧ୍ୟମରେ ପ୍ରାୟ ୨ ଲକ୍ଷ ୪୩ ହଜାର କୋଟି ଟଙ୍କାର ନିବେଶ ଏବଂ ୮ ଲକ୍ଷ ୯୫ ହଜାରରୁ ଅଧିକ ନିଯୁକ୍ତି ସୁଯୋଗର ସମ୍ଭାବନା ରହିଥିବା ମନ୍ତ୍ରୀ କହିଛନ୍ତି ।

ଆଲୁମିନିୟମ, କ୍ରିଟିକାଲ ମିନେରାଲ୍ସ, ଗ୍ରୀନ୍ ଏନର୍ଜି, ଲଜିଷ୍ଟିକ୍ସ, ଫୁଡ୍ ପ୍ରୋସେସିଂ, ଟେକ୍ସଟାଇଲ୍ସ ଏବଂ କେମିକାଲ୍ସ ଭଳି କ୍ଷେତ୍ରରେ ନୂଆ ନିବେଶର ସୁଯୋଗ ସୃଷ୍ଟି ହୋଇଥିବା ଦାବି କରାଯାଇଛି ।ମନ୍ତ୍ରୀଙ୍କ ଅନୁସାରେ, ସରକାର ଦାୟିତ୍ୱ ନେବା ପରଠାରୁ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ନିବେଶ ଏବଂ ୬ ଲକ୍ଷ ୩୦ ହଜାରରୁ ଅଧିକ ନିଯୁକ୍ତି ସମ୍ଭାବନା ଥିବା ପ୍ରକଳ୍ପକୁ ଅନୁମୋଦନ ମିଳିଛି ।ସେହିପରି ପ୍ରାୟ ୩ ଲକ୍ଷ ୧୨ ହଜାର କୋଟି ଟଙ୍କାର ୧୫୧ଟି ଶିଳ୍ପ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ଏବଂ ଏଥିରେ ୨ ଲକ୍ଷ ୪୦ ହଜାରରୁ ଅଧିକ ନିଯୁକ୍ତି ସମ୍ଭାବନା ରହିଛି |

ପୂର୍ବ ସରକାରର ଶିଳ୍ପାୟନ ଗତି ସହ ବର୍ତ୍ତମାନର ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟକୁ ତୁଳନା କରିଛନ୍ତି ମନ୍ତ୍ରୀ । ୨୦୧୪ରୁ ୨୦୨୪ ମଧ୍ୟରେ ୩ ଲକ୍ଷ ୨୬ ହଜାର କୋଟି ଟଙ୍କାର ୩୭୦ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ହୋଇଛି | ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ରେ ୨୦ଟି କ୍ଷେତ୍ରରେ ୫୯୩ଟି ପ୍ରସ୍ତାବ ମାଧ୍ୟମରେ ମୋଟ ୧୬ ଲକ୍ଷ ୭୩ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି ।ଟେକ୍ସଟାଇଲ୍ ଓ ଆପାରେଲ୍ କ୍ଷେତ୍ରରେ ୩୩ଟି ଏମ୍‌ଓୟୁ ଏବଂ ଫାର୍ମାସ୍ୟୁଟିକାଲ୍ ଓ ମେଡିକାଲ୍ ଉପକରଣ କ୍ଷେତ୍ରରେ ୬୯ଟି ପ୍ରକଳ୍ପ ଆସିଥିବା ମଧ୍ୟ ସୂଚନା ଦେଇଛନ୍ତି ମନ୍ତ୍ରୀ ।

 

Related Articles

Back to top button