ଜାତୀୟ

ମୋଦିଙ୍କୁ ରାହୁଲଙ୍କ ଅନୁରୋଧ; ତୁରନ୍ତ UPI ଟିକସ ପ୍ରତ୍ୟାହାର କରନ୍ତୁ…

ନୂତନ ଡିଜିଟାଲ ପେମେଣ୍ଟ ନିୟମ ରାଜନୈତିକ ହଇଚଇ ସୃଷ୍ଟି କରିଛି। ରାହୁଲ ଗାନ୍ଧୀ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ନିଷ୍ପତ୍ତିକୁ ‘UPI ଟ୍ୟାକ୍ସ’ ବୋଲି ଅଭିହିତ କରି ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ସେ ସୋସିଆଲ ମିଡିଆ ‘ଏକ୍ସ’ରେ ଭିଡିଓ ବାର୍ତ୍ତା ଜାରି କରି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି । ଅଭିଯୋଗ କରିଛନ୍ତି ଯେ ଏହି ନିଷ୍ପତ୍ତି ସିଧାସଳଖ ସାଧାରଣ ଲୋକଙ୍କ ପକେଟ ଉପରେ ବୋଝ ପକାଇବ।

ନୂଆ ନିୟମ ଅନୁଯାୟୀ, ଅକ୍ଟୋବର ୧୫, ୨୦୨୬ରୁ ୨,୦୦୦ ଟଙ୍କାରୁ ଅଧିକ କିଛି Person-to-Merchant (P2M) UPI କାରବାର ଉପରେ ୦.୪ ପ୍ରତିଶତ MDR ଲାଗୁ ହେବ। ୭୫ ହଜାର ଟଙ୍କା କିମ୍ବା ତା’ଠାରୁ ଅଧିକ କାରବାରରେ ଏହାର ସର୍ବାଧିକ ସୀମା ୩୦୦ ଟଙ୍କା ରହିବ । ତେବେ ଏହି ଶୁଳ୍କ ସିଧାସଳଖ ଗ୍ରାହକଙ୍କଠାରୁ ଆଦାୟ ହେବ ନାହିଁ। ସରକାରଙ୍କ ସ୍ପଷ୍ଟୀକରଣ ଅନୁସାରେ, MDR ବ୍ୟବସାୟୀଙ୍କ ପେମେଣ୍ଟ ଇକୋସିଷ୍ଟମ୍‌ ମଧ୍ୟରେ ଲାଗୁ ହେବ ଏବଂ ଏହା ସରକାର କିମ୍ବା NPCI ଦ୍ୱାରା ଟ୍ୟାକ୍ସ ଭାବେ ସଂଗ୍ରହ କରାଯିବ ନାହିଁ । Person-to-Person UPI କାରବାର ସମ୍ପୂର୍ଣ୍ଣ ମାଗଣା ରହିବ । ୨,୦୦୦ ଟଙ୍କା ପର୍ଯ୍ୟନ୍ତର P2M କାରବାର ମଧ୍ୟ ମାଗଣା ରହିବ । ସରକାର କହିଛି, ନୂଆ ବ୍ୟବସ୍ଥା UPI ଇକୋସିଷ୍ଟମ୍‌ର ଦୀର୍ଘକାଳୀନ ଆର୍ଥିକ ସ୍ଥାୟୀତ୍ୱ ପାଇଁ ଉଦ୍ଦିଷ୍ଟ । ସରକାରଙ୍କ ଅନୁସାରେ, ପ୍ରାୟ ୯୬ ପ୍ରତିଶତ P2M କାରବାର ଏହି ଚାର୍ଜରୁ ପ୍ରଭାବିତ ହେବ ନାହିଁ ।

ଅନ୍ୟପଟେ, ରାହୁଲ ଗାନ୍ଧୀ ଏହି ନୂଆ MDR ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ ନିଷ୍ପତ୍ତି ପ୍ରତ୍ୟାହାର ଦାବି କରିଛନ୍ତି । ବିରୋଧୀ ଦଳଗୁଡ଼ିକର ଆଶଙ୍କା ହେଉଛି, ବ୍ୟବସାୟୀଙ୍କ ଉପରେ ଅତିରିକ୍ତ ଖର୍ଚ୍ଚ ପଡ଼ିଲେ ତାହାର ପ୍ରଭାବ ପରୋକ୍ଷ ଭାବେ ଗ୍ରାହକଙ୍କ ଉପରେ ପଡ଼ିପାରେ । ତେବେ ସରକାର କହିଛି, MDR ଗ୍ରାହକଙ୍କ ଉପରେ ପାସ୍ କରାଯିବା ଉଚିତ୍ ନୁହେଁ ।

Related Articles

Back to top button