ଅନ୍ତର୍ଜାତୀୟଜାତୀୟ

ପାକିସ୍ତାନର ସାଙ୍ଘାତିକ ବଦମାସୀ | ଭାରତୀୟ ଯୁଦ୍ଧଜାହାଜ ଦେଲା ଧକ୍କା |

ସମୁଦ୍ର ମଝିରେ ପାକିସ୍ତାନର ବଦମାସୀ | ଭାରତୀୟ ଯୁଦ୍ଧଜାହାଜ ସହିତ ପାକିସ୍ତାନୀ ଜାହାଜ ଧକ୍କା | ଘଟଣାରେ ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଜୀବନହାନି ହୋଇନଥିବା ଜଣାପଡ଼ିଛି । ତେବେ ଘଟଣାକୁ ନେଇ ଭାରତ ସରକାର କିନ୍ତୁ ଗମ୍ଭୀର ଆପତ୍ତି ପ୍ରକଟ କରିଛି ।

ସୂଚନା ଅନୁସାରେ, ଭାରତୀୟ ଯୁଦ୍ଧପୋତଟି ଉତ୍ତର ଆରବ ସାଗରରେ ପେଟ୍ରୋଲିଂ ଓ ନିରୀକ୍ଷଣ କାର୍ଯ୍ୟରେ ନିୟୋଜିତ ଥିଲା । ଏହି ସମୟରେ ପାକିସ୍ତାନୀ ନୌସେନାର ଜାହାଜଟି ଦ୍ରୁତ ଗତିରେ ଭାରତୀୟ ଯୁଦ୍ଧପୋତ ନିକଟକୁ ଆସିଥିଲା। ଭାରତର ଅଭିଯୋଗ ଅନୁସାରେ, ପାକିସ୍ତାନୀ ଜାହାଜର ଚାଳନା ଅସୁରକ୍ଷିତ ଓ ଅପେଶାଦାର ଥିଲା, ଯାହା ଫଳରେ ଦୁଇ ନୌସେନା ଜାହାଜ ମଧ୍ୟରେ ଧକ୍କା ହୋଇଥିଲା ।

ଘଟଣାଟି ଅନ୍ତର୍ଜାତୀୟ ଜଳସୀମାରେ ଘଟିଥିବାରୁ ଏହାକୁ ନେଇ ଭାରତ ବିଶେଷ ସତର୍କତା ଅବଲମ୍ବନ କରିଛି। ଭାରତୀୟ ପକ୍ଷରୁ କୁହାଯାଇଛି ଯେ ଏଭଳି ସାମୁଦ୍ରିକ ଘଟଣାକୁ ଏଡ଼ାଇବା ପାଇଁ ଦୁଇ ଦେଶ ମଧ୍ୟରେ ପୂର୍ବରୁ ହୋଇଥିବା ବୁଝାମଣା ଓ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଆବଶ୍ୟକ।ଘଟଣା ପରେ ବୁଧବାର ନୂଆଦିଲ୍ଲୀରେ ପାକିସ୍ତାନ ହାଇକମିଶନର ଚାର୍ଜ ଦ’ଆଫେୟାର୍ସଙ୍କୁ ଭାରତୀୟ ବିଦେଶ ମନ୍ତ୍ରଣାଳୟ ତଲବ କରିଛି । ତାଙ୍କୁ ଭାରତର ଆପତ୍ତି ଜଣାଇବା ସହ ପାକିସ୍ତାନୀ ନୌସେନା ଜାହାଜର ଆଚରଣକୁ ନେଇ ଔପଚାରିକ ପ୍ରତିବାଦ କରାଯାଇଛି । ଭାରତ ଏହି ଆଚରଣକୁ ‘ଅଗ୍ରହଣୀୟ’ ଓ ‘ଅପେଶାଦାର’ ବୋଲି ବର୍ଣ୍ଣନା କରିଛି ।

Related Articles

Back to top button